ଭୁବନେଶ୍ୱର: ୨୦୨୧ ମସିହାରେ ଦେଶରେ ଅନେକ କାର ଲଞ୍ଚ କରାଯାଇଥିଲା । ନୂଆ ବର୍ଷରେ ଅନେକ କମ୍ପାନୀ କାର ଉପରେ ଆକର୍ଷଣୀୟ ଅଫର ମଧ୍ୟ ଦେଉଛନ୍ତି । ଯଦି ଏପରି ପରିସ୍ଥିତିରେ ଆପଣ ଏକ କାର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ କେଉଁଟା ଭଲ ରହିବ ଦେଖିନିଅନ୍ତୁ ତାଲିକା ।
Maruti Suzuki Celerio
ଗତ ବର୍ଷ ସର୍ବାଧିକ କିଣାଯାଇଥିବା କାର ହେଉଛି ମାରୁତି ସୁଜୁକି ସେଲେରିଓ । ଏହାର ମାଇଲେଜ୍ ୨୬.୬ କିଲୋମିଟର ଏବଂ ଦ୍ୱିତୀୟରେ ଏହାର ମୂଲ୍ୟ ୪.୯୯ ଲକ୍ଷ ଟଙ୍କା । ଏହି କାରଟି 3500 rpm ରେ 89 Nm ଟର୍କ ଏବଂ 6000 rpm ରେ 67 Bhp ଶକ୍ତି ଉତ୍ପାଦନ କରେ । ଦାମ ଏବଂ ମାଇଲେଜ ପାଇଁ ଗ୍ରାହକଙ୍କ ପ୍ରଥମ ପସନ୍ଦ ହୋଇପାରିଛି ମାରୁତି ସୁଜୁକି ସେଲେରିଓ ।
Tata Punch
ମାଇକ୍ରୋ-ଏସୟୁଭି ଟାଟା ପୁଞ୍ଚ ସର୍ବୋତ୍ତମ ବିକ୍ରୟ ମଡେଲ୍ ମଧ୍ୟରୁ ଗୋଟିଏ । ଗତ ବର୍ଷ ଏହାକୁ ମାର୍କେଟ ରେ ଲଞ୍ଚ କରାଯାଇଥିଲା । ଭାରତରେ ଉତ୍ପାଦିତ ସବୁଠାରୁ ସୁରକ୍ଷିତ କାର ମଧ୍ୟରୁ ଟାଟା ପୁଞ୍ଚ ଅନ୍ୟତମ । ଏହାର ଏକ୍ସ-ଶୋ’ରୁମ୍ ମୂଲ୍ୟ ୫.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ।
Mahindra XUV700
ମହିନ୍ଦ୍ରା XUV700 ହେଉଛି SUV ସେଗମେଣ୍ଟରେ ସର୍ବୋତ୍ତମ ବିକ୍ରି କାର । ଏହି କାରରେ ଆପଣ ଦୁଇଟି ଇଞ୍ଜିନ୍ ଅପ୍ସନ୍ ପାଇବେ । ଏହାର ମୂଲ୍ୟ ୧୨.୪୯ ଲକ୍ଷ ରୁ ଆରମ୍ଭ ।