ଭୁବନେଶ୍ୱର: ଏକ ମଲ୍ଟିବ୍ୟାଗର୍ ଷ୍ଟକ୍ ମାତ୍ର ୧୨ ଦିନ ମଧ୍ୟରେ ନିବେଶକଙ୍କ ଟଙ୍କାକୁ ଦ୍ୱିଗୁଣିତ କରିଛି । KIFS Financial Services ଷ୍ଟକ୍ ଯାହା BSE ରେ ତାଲିକାଭୁକ୍ତ ହୋଇଥିଲା ୩୧ ଡିସେମ୍ବର ୨୦୨୧ ରେ ୪୩.୫୦ ସ୍ତରରେ ବନ୍ଦ ହୋଇଯାଇଥିଲା । କିନ୍ତୁ, ନୂଆ ବର୍ଷରେ, ଏହି ଷ୍ଟକ ସମସ୍ତ ନିବେଶକଙ୍କୁ ମଲେମାଲ କରିଦେଇଛି । ଏହି ବର୍ଷ ଏହି ଷ୍ଟକ୍ ରେ ଅହେତୁକ ଅଭିବୃଦ୍ଧି ଘଟିଛି।
ଜାନୁଆରୀ ୨୦, ୨୦୨୨ ରେ ଏହି ଷ୍ଟକ୍ BSE ରେ ୬୪.୮୦ ଟଙ୍କା ବନ୍ଦ ହୋଇଥିବାବେଳେ ଏହା ଜାନୁଆରୀ ୨୧ ରେ ୧୩୩.୪୦ ଟଙ୍କା ବନ୍ଦ ହୋଇଯାଇଥିଲା ।
ବର୍ତ୍ତମାନ ଯଦି ଆମେ ଏହି ଷ୍ଟକ୍ ର ରେକର୍ଡକୁ ଦେଖିବା, ଏହା ଏକ ମାସ ମଧ୍ୟରେ ଆଶ୍ଚର୍ଯ୍ୟଜନକ ରିଟର୍ନ ଦେଇଛି । ଗତ ଏକ ସପ୍ତାହ ମଧ୍ୟରେ, NBFC ର ଷ୍ଟକ୍ ୧୧୫.୨୫ ରୁ ୧୪୦.୦୫ ଟଙ୍କାକୁ ବୃଦ୍ଧି ପାଇଛି, ଅର୍ଥାତ୍ ଏହାର ଅଂଶୀଦାରମାନେ ୨୧.୫୦ ପ୍ରତିଶତ ଲାଭ କରିଛନ୍ତି । ଏଥି ସହିତ, ଗତ ଏକ ମାସ ମଧ୍ୟରେ ଏହା ୩୯.୯୫ ରୁ ୧୪୦.୦୫ ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥାତ୍ ଏହି ସମୟ ମଧ୍ୟରେ ଏହା ୨୫୦ ପ୍ରତିଶତ ବୃଦ୍ଧି ପାଇଛି ।