ଭୁବନେଶ୍ୱର: VAAN Electric Moto ବଜାରରେ ‘ ଅର୍ବାନ ସ୍ପୋର୍ଟ’ ନାମକ ଏକ ଇଲେକ୍ଟ୍ରିକ ସାଇକେଲ୍ କୁ ଲଞ୍ଚ କରିଛି। କମ୍ପାନୀ ଏହି ଇ-ବାଇକ୍ ର ଦୁଇଟି ମଡେଲକୁ ପରିଚିତ କରାଇଛି । UrbanSport ର ମୂଲ୍ୟ ୫୯,୯୯୯ ଟଙ୍କା ଏବଂ UrbanSport Pro ର ମୂଲ୍ୟ ୬୯,୯୯୯ ଟଙ୍କା ରଖାଯାଇଛି । ପ୍ରାରମ୍ଭରେ ଏହି ଇଲେକ୍ଟ୍ରିକ୍ ସାଇକେଲ୍ କୋଚିରେ ଏବଂ ପରେ ଗୋଆ, ବାଙ୍ଗାଲୋର, ମୁମ୍ବାଇ ଏବଂ ହାଇଦ୍ରାବାଦରେ ବିକ୍ରି ହେବେ।
ୱାନ୍ ଇଲେକ୍ଟ୍ରିକ୍ ଅନୁଯାୟୀ ଏହି ସାଇକେଲ୍ ର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୫ କିଲୋମିଟର ଅଟେ । କମ୍ପାନୀ କହିଛି ଯେ ବାଇକ୍ କେବଳ ଅଧା ୟୁନିଟ୍ ବିଦ୍ୟୁତ୍ ରେ ଚାର୍ଜ ହୋଇଥାଏ, ଯେଉଁଥିରେ କେବଳ ଚାରି-ପାଞ୍ଚ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ଇଲେକ୍ଟ୍ରିକ୍ ସାଇକେଲ୍ ରେ ୫ ଟି ଇଲେକ୍ଟ୍ରିକ୍ ଗିଅର୍ ଦିଆଯାଇଛି। UrbanSport Pro ରେ ଏକ ସ୍ମାର୍ଟ LCD ଡିସପ୍ଲେ ସଜ୍ଜିତ ହୋଇଛି ଯାହାକି ଆରୋହୀଙ୍କୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥାଏ ଏବଂ ଏହା ମାଧ୍ୟମରେ ଆଗ ଏବଂ ପଛରେ ଲାଗିଥିବା ଆଲୋକକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ।
ପୂର୍ଣ୍ଣ ଚାର୍ଜ ପାଇଁ ୪ ଘଣ୍ଟା ସମୟ ଲାଗେ ବୋଲି କମ୍ପାନୀ ଦାବି କରିଛି । ଏଥିରେ ଦିଆଯାଇଥିବା ବ୍ୟାଟେରୀର ଓଜନ ୨.୫ କିଲୋଗ୍ରାମ ଅଟେ, ଫଳରେ ଏହାକୁ ଅତି ସହଜରେ ଆପଣ ଯେକୌଣସି ସ୍ଥାନକୁ ନେଇଯାଇପାରିବେ।