ଭୁବନେଶ୍ୱର: ଶ୍ରମିକ ମଧ୍ୟ ପେନ୍ସନ୍ ପାଇବେ। ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ PM Shram Yogi Man Dhan Yojna ଏକ ଉତ୍ତମ ଯୋଜନା। ଏହା ଅଧୀନରେ, ରାସ୍ତାଘାଟରେ ସାମଗ୍ରୀ ବିକ୍ରି କରୁଥିବା ବିକ୍ରେତା, ରିକ୍ସା ଚାଳକ, ନିର୍ମାଣ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ର ସହିତ ଜଡିତ ଲୋକଙ୍କୁ ସେମାନଙ୍କର ବୃଦ୍ଧାବସ୍ଥାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ। ଏହି ଯୋଜନାରେ ଦିନକୁ ମାତ୍ର ୨ ଟଙ୍କା ସଞ୍ଚୟ କରି ଆପଣ ବାର୍ଷିକ ୩୬୦୦୦ ଟଙ୍କା ପେନ୍ସନ୍ ପାଇପାରିବେ ।
୧୮ ବର୍ଷ ବୟସରେ ଦିନକୁ ପ୍ରାୟ ୨ ଟଙ୍କା ସଞ୍ଚୟ କରି ଆପଣ ବାର୍ଷିକ ୩୬୦୦୦ ଟଙ୍କା ପେନ୍ସନ୍ ପାଇପାରିବେ । ଯଦି ଜଣେ ବ୍ୟକ୍ତି ୪୦ ବର୍ଷ ବୟସରୁ ଏହି ଯୋଜନା ଆରମ୍ଭ କରନ୍ତି, ତେବେ ତାଙ୍କୁ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ପଡିବ ଏବଂ ୬୦ ବର୍ଷ ବୟସ ପରେ ଆପଣ ପ୍ରତି ମାସରେ ୩୦୦୦ ଟଙ୍କା ଅର୍ଥାତ୍ ୩୬୦୦୦ ଟଙ୍କା ପେନ୍ସନ୍ ପାଇବେ ।
ଏହି ଯୋଜନାର ଲାଭ ଉଠାଇବାକୁ ହେଲେ , ଆପଣଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡ ଥିବା ଆବଶ୍ୟକ ।ଏଥିପାଇଁ ଆପଣଙ୍କୁ ସାଧାରଣ ସେବା କେନ୍ଦ୍ର (CSC) କୁ ଯାଇ ନାମ ପଞ୍ଜିକରଣ କରିବାକୁ ପଡିବ । ଏହି ଯୋଜନା ପାଇଁ ସରକାର ଟୋଲ ଫ୍ରି ନମ୍ବର ୧୮୦୦୨୬୭୬୮୮୮ ଜାରି କରିଛନ୍ତି । ଏହି ନମ୍ବରକୁ କଲ କରି ଆପଣ ଯୋଜନ ବିଷୟରେ ସୂଚନା ମଧ୍ୟ ପାଇପାରିବେ ।