ଭୁବନେଶ୍ୱର: ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁ କୁଶରେ ଥିଲା। ଜାମ୍ମୁ କାଶ୍ମୀର ଏବଂ ପଞ୍ଜାବରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ଶନିବାର ସକାଳ ୯.୫୬ ମିନିଟରେ ରେ ଦିଲ୍ଲୀ-ଏନସିଆରରେ ଭୂମିକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଲୋକମାନେ ଭୟରେ ଘରୁ ବାହାରକୁ ଆସିଥିଲେ। ଭୂମିକମ୍ପ ସମୟରେ ସିଲିଂ ଫ୍ୟାନ୍ ଏବଂ ଘରେ ରଖାଯାଇଥିବା ଜିନିଷଗୁଡିକ ଥରୁଥିବାର ଦେଖିବାକୁ ମିଳିଥିଲା ।
ତେବେ ଏହି ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ଶାନ୍ତି ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଥିଲା।