ଭୁବନେଶ୍ୱର: ୟୁକ୍ରେନ ରୁଷିଆ ସହିତ ଲଢ଼ୁଛି, କିନ୍ତୁ କୌଣସି ପାଶ୍ଚାତ୍ୟ ଦେଶ ଏହାକୁ ସାମରିକ ସହାୟତା ଦେଇନାହାଁନ୍ତି। ହେଲେ ଯୁଦ୍ଧ ପୂର୍ବରୁ ଆମେରିକା ରୁଷକୁ ଆକ୍ରମଣ ନକରିବାକୁ ଧମକ ଦେଇଥିଲା, କିନ୍ତୁ ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା ସେତେବେଳେ ଆମେରିକା ରାଷ୍ଟ୍ରପତି ସ୍ପଷ୍ଟ କରିଥିଲେ ଯେ ୟୁକ୍ରେନ ପାଇଁ ଆମେରିକା ସେନା ରୁଷ ସହିତ ମୁହାଁମୁହିଁ ହେବେ ନାହିଁ। କିନ୍ତୁ ସବୁଠୁ ବଡ ପ୍ରଶ୍ନ ହେଉଛି ୟୁକ୍ରେନକୁ କାହିଁକି ସାହାଯ୍ୟ କଲା ନାହିଁ ଆମେରିକା ?
ୟୁକ୍ରେନରେ ସେନା ଅବତରଣ ନକରିବାର ପଛର କାରଣ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିଜେ ଦେଇଛନ୍ତି। ଏବିସି ନ୍ୟୁଜ୍ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଯଦି ରୁଷ ଏବଂ ଆମେରିକା ସେନା ପରସ୍ପର ମଧ୍ୟରେ ସଂଘର୍ଷ କରନ୍ତି, ତେବେ ଏହା ଏକ ବିଶ୍ୱଯୁଦ୍ଧରେ ପରିଣତ ହେବ।
ଯୁଦ୍ଧର ସମ୍ଭାବନାକୁ ସୀମିତ ରଖିବା ପାଇଁ କୂଟନୀତି ହେଉଛି ସବୁଠାରୁ ବଡ ଚାବି। ଯଦିଓ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଅତ୍ୟନ୍ତ ଦୁଃଖଦାୟକ ଏବଂ ବିନାଶକାରୀ, ତଥାପି ଏହା ଏକ ଆଞ୍ଚଳିକ ଯୁଦ୍ଧ । ତେଣୁ ଏହାକୁ କେବଳ ଆଲୋଚନା ମାଧ୍ୟମରେ ହିଁ ସମାଧାନ କରିହେବ ।