ଭୁବନେଶ୍ୱର: ଆରପାରିରେ କ୍ରିକେଟ ଦୁନିଆର ମହାନ ସ୍ପିନର ସେନ ୱାର୍ନ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହକୁ ରିସର୍ଟର ଏକ ଭିଲ୍ଲାରୁ ଉଦ୍ଧାର କରାଯାଇଥିଲା। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ ତାଙ୍କ ସହିତ ୪ ଜଣ ସାଙ୍ଗ ମଧ୍ୟ ଥିଲେ।
ଜାତୀୟ ଗଣମାଧ୍ୟମ ମିରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚାରିଜଣ ବନ୍ଧୁଙ୍କ ଆପ୍ରାଣ ଉଦ୍ୟମ ପରେ ମଧ୍ୟ ସେମାନେ ସେନ ୱାର୍ନଙ୍କୁ ବଞ୍ଚେଇପାରିନଥିଲେ। ୱାର୍ଣ୍ଣର ସାଙ୍ଗମାନେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ୨୦ ମିନିଟ୍ ସଂଘର୍ଷ କରିଥିଲେ । ସେନ ୱାର୍ନଙ୍କୁ ଥାଇଲ୍ୟାଣ୍ଡର ରିସର୍ଟର ଏକ ଭିଲ୍ଲାରେ ଶୁକ୍ରବାର ଦିନ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଯେତେବେଳେ ତାଙ୍କ ସାଙ୍ଗମାନେ ଖାଇବାକୁ ଡାକିଥିଲେ ସେତେବେଳେ ସେ ଉଠିନଥିଲେ, ଚେତାଶୂନ୍ୟ ଅବସ୍ଥାରେ ସେ ପଡ଼ିଥିଲେ । ତାଙ୍କ ସାଙ୍ଗମାନେ ୨୦ ମିନିଟ ପାଇଁ CPR ଦେଇ ୱାର୍ଣ୍ଣରଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ସଫଳ ହୋଇପାରିନଥିଲେ। ପରେ ତାଙ୍କ ସାଙ୍ଗମାନେ ଆମ୍ବୁଲାନ୍ସକୁ ଡାକିଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା।
ତାଙ୍କ କ୍ୟାରିଅରରେ ୧୪୫ ଟେଷ୍ଟ ମ୍ୟାଚରୁ ୭୦୮ ୱିକେଟ୍ ଏବଂ ୧୯୪ ଟି ODI ରେ ୨୯୩ ୱିକେଟ୍ ନେଇ ସେ କ୍ରିକେଟ ଦୁନିଆରେ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ।