ଭୁବନେଶ୍ୱର: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏହିପରି ଏକ ସାହସିକତାର କାହାଣୀ ସାମ୍ନାକୁ ଆସିଛି ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ। ଯୁଦ୍ଧ ସମୟରେ ୟୁକ୍ରେନର ୧୧ ବର୍ଷୀୟ ନାବାଳକ ଏକାକୀ ୧୦୦୦ କିଲୋମିଟର ଯାତ୍ରା କରି ସ୍ଲୋଭାକିଆରେ ପହଞ୍ଚିଥିଲେ । ସ୍ଲୋଭାକିଆ ମନ୍ତ୍ରଣାଳୟ ନାବାଳକର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ସ୍ଲୋଭାକିଆ ମନ୍ତ୍ରଣାଳୟ ନାବାଳକର ଫଟୋ ଫେସବୁକରେ ସେୟାର କରି ଲେଖିଛି ଯେ ଜାପୋରିଜିଆର ଜଣେ ୧୧ ବର୍ଷର ନାବାଳକ ୟୁକ୍ରେନରୁ ସ୍ଲୋଭାକିଆ ସୀମା ଦେଇ ଆସିଛି। ତାଙ୍କ ହାତରେ ଏକ ପ୍ଲାଷ୍ଟିକ୍ ବ୍ୟାଗ୍, ପାସପୋର୍ଟ ଏବଂ ଫୋନ୍ ନମ୍ବର ଲଖା ଥିବା ଏକ ନୋଟବୁକ ଥିଲା । ସେ ଏକାକୀ ଆସିଥିଲେ କାରଣ ତାଙ୍କ ପିତାମାତାଙ୍କୁ ୟୁକ୍ରେନରେ ରହିବାକୁ ପଡିଥିଲା । ସ୍ଲୋଭାକିଆ ପହଁଚିବା ପରେ ସ୍ୱେଚ୍ଛାସେବୀମାନେ ନାବାଳକର ଯତ୍ନ ନେଇଥିଲେ ଏବଂ ତାଙ୍କୁ ଖାଦ୍ୟ ଓ ପାନୀୟ ଦେଇଥିଲେ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଏହି ୧୧ ବର୍ଷର ଶିଶୁ ଦକ୍ଷିଣ-ପୂର୍ବ ୟୁକ୍ରେନର ଜାପୋରିଜିଆର ବାସିନ୍ଦା ଥିଲେ, ଯେଉଁଠାରେ ଗତ ସପ୍ତାହରେ ଋଷର ସେନା ଦଖଲ କରିଥିଲେ।