ଭୁବନେଶ୍ୱର: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦୁଇ ଦେଶର ରାଷ୍ଟ୍ରପତିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ସେ ଫୋନରେ ଯୁଦ୍ଧ ବନ୍ଦ କରିବାକୁ ଋଷ ଏବଂ ୟୁକ୍ରେନର ରାଷ୍ଟ୍ରପତିମାନଙ୍କୁ ନିବେଦନ କରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ , ପ୍ରଧାନମନ୍ତ୍ରୀ ମୋଦି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରାୟ ୫୦ ମିନିଟ ଧରି କଥା ହୋଇଥିଲେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସିଧାସଳଖ କଥାବାର୍ତ୍ତା ହେବାକୁ ଅନୁରୋଧ କରିଥିଲେ। ସୁମି ସମେତ ୟୁକ୍ରେନର ଅନେକ ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ ତଥା ମାନବିକ କରିଡର ଘୋଷଣା କରିଥିବାରୁ ମୋଦି ପୁଟିନଙ୍କୁ ପ୍ରଶଂସା କରିଥିଲେ।
ଭାରତୀୟ ନାଗରିକ ଉଦ୍ଧାର ନେଇ ପୁଟିନ ନିଶ୍ଚିତ କରିଛନ୍ତି ଯେ ରୁଷ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିବ। ଏହାପୂର୍ବରୁ ମୋଦି ଫୋନରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ମଧ୍ୟ କଥା ହୋଇଥିଲେ ଏବଂ ସେଠାରେ ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ପ୍ରାୟ ୩୫ ମିନିଟ୍ ଧରି ଚାଲିଥିବା ଏକ ବାର୍ତ୍ତାଳାପରେ ଦୁହେଁ ୟୁକ୍ରେନରୁ ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର ବିଷୟରେ ଆଲୋଚନା କରିଥିଲେ।