ଭୁବନେଶ୍ୱର : ‘ସିଙ୍ଗାପୁର’ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭିସା-ପାସପୋର୍ଟର ଆବଶ୍ୟକତା ପଡିବ ନାହିଁ । ଶୁଣିବାକୁ କଥାଟା ଟିକେ ଅଡୁଆ ଲାଗୁଥିବ ହେଲେ ସତ। ଆଜି ଆମେ ଆପଣଙ୍କୁ ଭାରତରେ ଅବସ୍ଥିତ ‘ସିଙ୍ଗାପୁର’ ର କଥା କହୁଛୁ।ଯେଉଁଠିକି ଆପଣ ଟ୍ରେନରେ ଯାଇପାରିବେ। ଏଠାକୁ ଯିବା ପାଇଁ ଆପଣଙ୍କୁ ଭିସା-ପାସପୋର୍ଟର ଆବଶ୍ୟକତା ପଡିବ ନାହିଁ ।
ଓଡିଶାର ରାୟଗଡା ଜିଲ୍ଲାରେ ରହିଛି ‘ସିଙ୍ଗାପୁର ରୋଡ୍ ଷ୍ଟେସନ୍’ । ଏଠାକୁ ଯିବାକୁ ହେଲେ ଆପଣଙ୍କୁ ଭିସା-ପାସପୋର୍ଟର ଆବଶ୍ୟକତା ପଡିବ ନାହିଁ । ଭାରତୀୟ ରେଳବାଇରେ ଏହି ଷ୍ଟେସନର କୋଡ୍ ନାମ ହେଉଛି ‘SPRD / ସିଙ୍ଗାପୁର ରୋଡ୍’। ଏହି ରେଳ ଷ୍ଟେସନ ଦେଇ ବିଲାସପୁର ତିରୁପତି ଏକ୍ସପ୍ରେସ, ହିରାଖଣ୍ଡ ଏକ୍ସପ୍ରେସ, ସମତା ଏକ୍ସପ୍ରେସ ସମେତ ୨୫ ରୁ ଅଧିକ ଟ୍ରେନ ଯାତାୟାତ କରିଥାଏ ।
ଭାରତରେ ଏପରି ଅନେକ ଅଦ୍ଭୁତ ରେଳ ଷ୍ଟେସନ ଅଛି, ଯାହାର ନାମ ଶୁଣିଲା ପରେ ଆପଣ ମଧ୍ୟ ଚକିତ ହେବେ। ଯେମିତି ରାଜସ୍ଥାନର ଯୋଧପୁରରେ ଅବସ୍ଥିତ ଏକ ରେଳ ଷ୍ଟେସନର ନାମ ହେଉଛି ‘ବାପ୍ ରେଳ ଷ୍ଟେସନ୍’। ଉଦୟପୁରରେ ଥିବା ଏକ ରେଳ ଷ୍ଟେସନର ନାମ ‘ନାନା’ ଏବଂ ଜୟପୁରର ଏକ ରେଳ ଷ୍ଟେସନର ନାମ ‘ଶାଳୀ’ ରଖାଯାଇଛି। ମଧ୍ୟପ୍ରଦେଶର ଭୋପାଳ ନିକଟରେ ‘ସହେଲି’ ନାମକ ଏକ ରେଳ ଷ୍ଟେସନ ମଧ୍ୟ ଅଛି।