ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ପରେ ଭାରତରେ ମହିନ୍ଦ୍ରା ଇଲେକ୍ଟ୍ରିକ୍ କାର ଉପସ୍ଥାପନ କରିବାକୁ ଯାଉଛି । ଏଥିମଧ୍ୟରେ ମହିନ୍ଦ୍ରାର ଅଟମ (Atom) ମଧ୍ୟ ଅନ୍ତର୍ଭୁକ୍ତ । ମହିନ୍ଦ୍ରା ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଇଲେକ୍ଟ୍ରିକ କାର କୁ ମାର୍କେଟରେ ଲଞ୍ଚ କରିପାରେ। ଏହି କାରକୁ ଚଳିତ ବର୍ଷ ଅଟୋ ଏକ୍ସପୋରେ ଉପସ୍ଥାପନ କରାଯାଇଥିଲା ।
ମହିନ୍ଦ୍ରାର ଏହି ଛୋଟ ଇଲେକ୍ଟ୍ରିକ କାର ରେ ଦୁଇଟି ଡୋର ରହିଛି । ଏଥିରେ ଡ୍ରାଇଭର ସମେତ ଚାରି ଜଣଙ୍କ ବସିବା ପାଇଁ ସ୍ଥାନ ମଧ୍ୟ ଦିଆଯାଇଛି । ଆଗରେ ଗୋଟିଏ ଡ୍ରାଇଭର ସିଟ୍ ଥିବାବେଳେ ତିନି ଜଣଙ୍କ ପାଇଁ ପଛରେ ଏକ ବେଞ୍ଚ ସିଟ୍ ଲଗାଯାଇଛି । ଏଥିସହ ଏହି କାରରେ ସହଜରେ ଲଗେଜ୍ ମଧ୍ୟ ଲୋଡ୍ ହୋଇପାରିବ।
ଅନୁମାନ କରାଯାଉଛି ଯେ ଏହି କାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ। ମହିନ୍ଦ୍ରା ଅଟମ (Atom) ର ସର୍ବାଧିକ ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ହେବ ଏବଂ ଏହାକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ୫ ଘଣ୍ଟା ସମୟ ଲାଗିବ । ଗୋଟିଏ ଚାର୍ଜରେ ଏହି ଇଲେକ୍ଟ୍ରିକ୍ କାର ୧୨୦ କିଲୋମିଟର ପର୍ଯ୍ୟନ୍ତ ଚଲାଯାଇପାରିବ।