ଭୁବନେଶ୍ୱର: ଆଗାମୀ ଦିନରେ ଯଦି ଆପଣ ଏକ ବାଇକ କିମ୍ବା କାର କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାକେଟ ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ । କାରଣ ଆଗାମୀ ଦିନରେ ବିଭିନ୍ନ କାର ଆଉ ବାଇକ ନିର୍ମାତା କମ୍ପାନୀ ସେମାନଙ୍କ ମୄଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି ।
ଭାରତର ବୃହତ୍ତମ ଦୁଇ ଚକିଆ ନିର୍ମାତା ହିରୋ ମୋଟୋକର୍ପ ଘୋଷଣା କରିଛି ଯେ ଏପ୍ରିଲ ୫ ତାରିଖରୁ କମ୍ପାନୀ ବାଇକ ଏବଂ ସ୍କୁଟିର ମୂଲ୍ୟ ୨,୦୦୦ ଟଙ୍କାକୁ ବୃଦ୍ଧି କରିବ । କେବଳ ହିରୋ ନୁହେଁ, ୨୦୨୨-୨୩ ଆର୍ଥିକ ବର୍ଷରୁ ମର୍ସିଡିଜ୍-ବେଞ୍ଜ୍ , ଟୟୋଟା, ଅଡି ଏବଂ ବିଏମଡବ୍ଲୁ ମଧ୍ୟ ଗାଡିର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।