ଭୁବନେଶ୍ୱର: ବନ୍ଦୀମାନଙ୍କୁ ରଖିବା ପାଇଁ ଦୁନିଆରେ ଅନେକ ଜେଲ ନିର୍ମାଣ କରାଯାଇଛି । ଏହି ଜେଲଗୁଡିକ ମଧ୍ୟରୁ ଅନେକ ଅତ୍ୟନ୍ତ ବିପଜ୍ଜନକ ଏବଂ ଭୟାନକ ହୋଇଥିବାବେଳେ ଅନେକ ଜେଲ୍ ଅତି ମହଙ୍ଗା । ଯେଉଁଠାରେ ଜଣେ କଏଦୀଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି କାରାଗାରର ନାମ ଦୁନିଆର ସବୁଠୁ ଦାମୀ ଜେଲରେ ଅନ୍ତର୍ଭୁକ୍ତ |
ଆମେରିକାରେ ସେପ୍ଟେମ୍ବର ୧୧ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଗ୍ୱାନ୍ତାନାମୋ (Guantanamo Bay) ଜେଲ ୨୦୦୧ ମସିହାରେ ଆରମ୍ଭ ହୋଇଥିଲା । ଏପ୍ରିଲ ୨୦୨୧ ରେ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଏବଂ ଦାମିକା ଗ୍ୱାନ୍ତାନାମୋ ବେ’ ଜେଲର ଗୋଟିଏ ୟୁନିଟକୁ ବନ୍ଦ କରିଦିଆଯାଇଛି ।
ଗ୍ୱାନ୍ତାନାମୋ ବେ’ ଜେଲରେ ଥିବା ଜଣେ କଏଦୀଙ୍କ ପାଇଁ ପ୍ରାୟ ୯୩ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ , ଏହି କାରଣରୁ ଏହି ଜେଲକୁ ମହଙ୍ଗା ଜେଲ ବୋଲି କୁହାଯାଉଛି । ଦୁନିଆର ଭୟଙ୍କର ଆତଙ୍କବାଦୀଙ୍କୁ ଏହି ଜେଲରେ ରଖାଯାଇଛି ।
ଏହି ଜେଲର ସୁରକ୍ଷା ଅତ୍ୟନ୍ତ କଡାକଡି । ପକ୍ଷୀ ମଧ୍ୟ ଏଠାରେ ପର ଉଡେଇପାରିବ ନାହିଁ । ଏହି ଜେଲରେ ଜଣେ କଏଦୀଙ୍କ ପାଇଁ ୪୫ ଜଣ ସୈନିକ ଅଛନ୍ତି। ସମୁଦାୟ ୩୮ ଜଣ କଏଦୀ ଏହି ଜେଲରେ ଅଛନ୍ତି। ପ୍ରତ୍ୟେକ କାର୍ଯ୍ୟ ପାଇଁ ଅଲଗା କର୍ମଚାରୀ ଅଛନ୍ତି । ଏହି ଜେଲରେ ୩ ଟି କ୍ଲିନିକ୍ ମଧ୍ୟ ଅଛି । ବନ୍ଦୀମାନେ ଏହି ଜେଲରେ କଏଦୀମାନେ ଜିମ୍, ପ୍ଲେ ଷ୍ଟେସନ୍ ଏବଂ ସିନେମା ହଲ୍ ଭଳି ସୁବିଧା ମଧ୍ୟ ପାଇଥା’ନ୍ତି ।