ଭୁବନେଶ୍ୱର: ‘ପୁଷ୍ପା: ଦି ରାଇଜ୍’ ଫିଲ୍ମ ରିଲିଜ୍ ହେବା ପରେ ଏହାର ଗୀତ ଏବଂ ଡାଇଲଗ ଲୋକଙ୍କ ମୁଣ୍ଡରୁ ବାହାରିବାର ନା ନେଉନାହିଁ | ଲୋକମାନେ ସେମାନଙ୍କର ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଏହା ସହ ଜଡିତ ଅନେକ ଭିଡିଓ ମଧ୍ୟ ପୋଷ୍ଟ କରୁଥିବାର ଦେଖିବାକୁ ମିଳୁଛି | କିନ୍ତୁ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଜଣେ ଦଶମ ଶ୍ରେଣୀର ପିଲାଙ୍କ ଉତ୍ତର ସିଟ୍ ଖୁବ ଭାଇରଲ ହେବାରେ ଲାଗିଛି | ପୁଷ୍ପା ଫିଲ୍ମ ଡାଇଲଗ ଛାତ୍ର ଜଣକୁ ଏତେ ଭଲ ଲାଗିଥିଲା ଯେ ,ଶେଷରେ ସେ ନିଜ ଉତ୍ତର ସିଟ୍ ଲେଖିଦେଇଥିଲେ |
answer sheet me v pushpa raj?? pic.twitter.com/3RVwDwB4to
— Manoj Sarkar (@manojsarkarus) April 4, 2022
ଭାଇରାଲ୍ ହେଉଥିବା ଉତ୍ତର ଶୀଟ୍ ରେ, ଜଣେ ଦଶମ ଶ୍ରେଣୀ ଛାତ୍ର ଲେଖିଛନ୍ତି ଯେ – ‘ପୁଷ୍ପା, ପୁଷ୍ପା ରାଜ … ଲିଖେଗା ନେହିଁ’ | ଯିଏ ଏହି ସିଟ୍ ଦେଖିଲା, ସିଏ ହସିଲା | ବର୍ତ୍ତମାନ ଯାହାର ଉତ୍ତର ସିଟ୍ ଭାଇରାଲ୍ ହେଉଛି, ତାହା ପ୍ରକୃତରେ କାହାର ବୋଲି ଜଣା ପଡିନାହିଁ, କିନ୍ତୁ ଏହି ସିଟ୍ ର ଏକ ଫଟୋ ମନୋଜ ସାର୍କ ନାମକ ଜଣେ ଉପଭୋକ୍ତା ତାଙ୍କ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି |