ଭୁବନେଶ୍ୱର: ଆପଣ ଅନେକ ଚୋରି ଘଟଣା ଶୁଣିଥିବେ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି ? ପୋଲ ଚୋରି ହେବାର। କଥାଟା ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ଚୋରିର ଏହି ଅଜବ ମାମଲା ବିହାରର ରୋହତସ୍ ଜିଲ୍ଲାରୁ ସାମ୍ନାକୁ ଆସିଛି।
ବିହାର ରୋହତାସ ଜିଲ୍ଲା ନାସିରିଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଅମିଆଭର୍ ଅଞ୍ଚଳରେ ଥିବା ଏକ କେନାଲ ଉପରେ ଲୁହା ପୋଲ ହଠାତ କେଉଁଆଡେ ଅଦୃଶ୍ୟ ହୋଇଗଲା । ପୋଲ ନିଖୋଜ ହେବାର ଖବର ସାମ୍ନାକୁ ଆସିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଯେତେବେଳେ ଲୋକମାନେ ଯାଇ ଦେଖିଲେ, ସତେବେଳେ କେନାଲ ଉପରେ ୬୦ ଫୁଟ ଲମ୍ବ, ୧୦ ଫୁଟ ଚଉଡା ଏବଂ ୧୨ ଫୁଟ ଉଚ୍ଚ ପୋଲ ନିଖୋଜ ଥିଲା । କୁହାଯାଉଛି ଯେ ଚୋରମାନେ ଜେସିବି ସାହାଯ୍ୟରେ ଲୁହା ପୋଲକୁ ଚୋରି କରି ନେଇଯାଇଛନ୍ତି ।
ଲୋକଙ୍କ ଯାତାୟାତ ପାଇଁ ଏହି କେନାଲରେ ଉପରେ ୧୯୭୨ ରୁ ୧୯୭୫ ମଧ୍ୟରେ ଏକ ଲୁହା ପୋଲ ନିର୍ମାଣ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ପୋଲଟି କଳଙ୍କି ଲାଗି ନଷ୍ଟ ହେବାରୁ ନିକଟରେ ଏକ ସ୍ଥାୟୀ ବ୍ରିଜ ନିର୍ମାଣ କରାଗଲା ।ଫଳରେ ଲୋକମାନେ ଲୁହା ପୋଲକୁ ବ୍ୟବହାର କରୁନଥିଲେ ,ଯାହାର ଫାଇଦା ନେଇଥିଲେ ଚୋର । ଅନ୍ଧକାରର ଫାଇଦା ନେଇ ପୁରା ପୋଲକୁ ଚୋରି କରି ନେଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଜଳସମ୍ପଦ ବିଭାଗ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।