ଭୁବନେଶ୍ୱର: ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ । ପଶ୍ଚିମବଙ୍ଗ ଦୁର୍ଗାପୁର ବିମାନ ବନ୍ଦରରେ ସ୍ପାଇସଜେଟ୍ ବିମାନ SG-945 ଅବତରଣ କରୁଥିବା ସମୟରେ ଖରାପ ପାଗର ସମ୍ମୁଖୀନ ହୋଇଥିଲା । ଫଳରେ ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅତି କମରେ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସ୍ପାଇସଜେଟ୍ ବିମାନର ଏକ ଭିଡିଓ ସାମ୍ନାକୁ ଆସିଛି । ୪୨ ସେକେଣ୍ଡର ଏହି ଭିଡିଓଟି ବିମାନ ଭିତରେ ଜଣେ ଯାତ୍ରୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ତେବେ ଏହି ଭିଡିଓଟି ସ୍ପାଇସଜେଟ୍ ବିମାନର ନା ଆଉ କାହାର ତାହା ସ୍ପଷ୍ଟ ହୋଇନାହିଁ।
Extreme turbulence in a flight between Mumbai to Durgapur. I can feel what’s going on in the minds of passengers when oxygen masks are coming down.
Airline was SpiceJet. Again it was B737 MAX.
Never travelling in this aircraft.
But thankfully no major accident. ?#SpiceJet pic.twitter.com/j7225Ag0UZ— Yuvraj Sharma (@SharmaYuv1) May 1, 2022
ଭିଡିଓରେ କପ, ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ଏଣେତେଣେ ପଡିଥିବାର ଦେଖିବାକୁ ମିଳୁଛି । ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଯାତ୍ରୀମାନଙ୍କ ଉପରେ କ୍ୟାବିନ ବ୍ୟାଗ ମଧ୍ୟ ପଡିଛି । ଏୟାରହୋଷ୍ଟେସ୍ ଯାତ୍ରୀମାନଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳୁଛି ।
ଦୁର୍ଘଟଣା ପରେ ସ୍ପାଇସଜେଟର ମୁଖପାତ୍ର କହିଥିଲେ ଯେ, ମେ ୧ ରେ ସ୍ପାଇସଜେଟର ବୋଇଙ୍ଗ B737 ବିମାନ ବିମାନବନ୍ଦରରେ ଅବତରଣ କରୁଥିବାବେଳେ ଖରାପ ପାଗର ସମ୍ମୁଖୀନ ହୋଇଥିଲା, ଯେଉଁଥିପାଇଁ ଦୁର୍ଭାଗ୍ୟବଶତଃ କିଛି ଯାତ୍ରୀ ଆହତ ହୋଇଥିଲେ। ଆହତ ମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା।