ଭୁବନେଶ୍ୱର: ଚାଇନାର ଇଭି ନିର୍ମାତା ହୋର୍ୱିନ୍ SK3 ନାମକ ଏକ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିଛି । କମ୍ପାନୀ ଦାବି କରିଛି ଯେ ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ଗୋଟିଏ ଚାର୍ଜରେ ୧୬୦ କିଲୋମିଟର ପର୍ଯ୍ୟନ୍ତ ଚଲାଯାଇପାରିବ।
SK3 କୁ ଅନ୍ୟ ଇଲେକ୍ଟ୍ରିକ୍ ସ୍କୁଟ ପରି ନିର୍ମାଣ କରାଯାଇଛି । ପୁରୁଣା ମଡେଲ ତୁଳନାରେ, ୨୦୨୨ ହୋର୍ୱିନ୍ SK3 ଏକ ମ୍ୟାକ୍ସି ସ୍କୁଟର ପରି ତିଆରି ହୋଇଛି।
ଏହି ଇଲେକ୍ଟ୍ରିକ୍ ସ୍କୁଟରର ମୋଟ ଓଜନ ୧୧୫ କିଲୋଗ୍ରାମ ଏବଂ ଏଥିରେ ୩.୧ କିଲୋୱାଟ ମୋଟର ଦିଆଯାଇଛି। ଏହି ସ୍କୁଟରର ସର୍ବୋଚ୍ଚ ଗତି ଘଣ୍ଟା ପ୍ରତି ୯୦ କିଲୋମିଟର । ସ୍କୁଟରରେ ୧୪-ଇଞ୍ଚର ଆଲୋଇ ଚକ ଦିଆଯାଇଛି । ୟୁରୋପରେ SK3 ର ମୂଲ୍ୟ ୪,୫୦୦ ୟୁରୋ ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୩.୬୩ ଲକ୍ଷ ଟଙ୍କା । ତେବେ ଭାରତରେ SK3 କେବେ ଲଞ୍ଚ ହେବ ସେନେଇ କୌଣସି କୌଣସି ସୂଚନା ମିଳିନାହିଁ।