ଭୁବନେଶ୍ୱର: କେରଳର କୋଲାମ ଜିଲ୍ଲାରେ ଦେଖାଦେଇଥିବା ଟମାଟୋ ଜ୍ୱରକୁ ନେଇ ସମସ୍ତେ ଏବେ ଭୟଭୀତ ହୋଇଯାଇଛନ୍ତି। ୫ ବର୍ଷରୁ କମ୍ ପିଲାମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ, ଏହି ଜ୍ୱରର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏହାକୁ ରୋକିବା ପାଇଁ ଚେଷ୍ଟା କରାଯାଉଛି।
ଟମାଟୋ ଜ୍ୱର କ’ଣ?
ଟମାଟୋ ଜ୍ୱର ହେଉଛି ଏକ ପ୍ରକାର ଫ୍ଲୁ ଯାହା ଛୋଟ ପିଲାମାନଙ୍କୁ ଆକ୍ରମଣ କରେ । ଏହାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଅନେକ ବିଶେଷଜ୍ଞ ଏହା ପଛର କାରଣ ଭାବରେ ଡେଙ୍ଗୁ କିମ୍ବା ଚିକୁନଗୁନିଆକୁ ଦର୍ଶାଉଛନ୍ତି । ଏହି ଫ୍ଲୁରେ ପିଲାମାନଙ୍କର ଚର୍ମରେ ଲାଲ୍ ରଙ୍ଗର ଫୁଲା ଦେଖାଯାଏ, ବେଳେବେଳେ ସେମାନେ ଟମାଟୋ ଆକାରରେ ଦେଖାଯିବା ଆରମ୍ଭ କରନ୍ତି । ସଥିପାଇଁ ଏହାକୁ ଟମାଟୋ ଜ୍ୱର ବୋଲି କୁହାଯାଏ ।
ଟମାଟୋ ଫ୍ଲୁ ଏକ ସଂକ୍ରାମକ ରୋଗ ଯାହା ସ୍ପର୍ଶ ଦ୍ୱାରା ବ୍ୟାପିଥାଏ, ତେଣୁ ଯଦି ଆପଣଙ୍କ ଚାରିପାଖରେ ଏହି ରୋଗରେ ପୀଡିତ କେହି ଅଛନ୍ତି, ତା’ହେଲେ ତାଙ୍କଠାରୁ କିଛି ଦୂରରେ ରୁହନ୍ତୁ ଏବଂ ବିଶେଷ କରି ପିଲାମାନଙ୍କୁ ରୋଗୀ ନିକଟକୁ ଆସିବାକୁ ଦିଅନ୍ତୁ ନାହିଁ ।
ଟମାଟୋ ଜ୍ୱରର ଲକ୍ଷଣ
ଚର୍ମରେ ଲାଲ୍ ରଙ୍ଗର ଫୁଲା ଦଖାଦେବା, ଗଣ୍ଠି ଯନ୍ତ୍ରଣା, ନାକରୁ ପାଣି ବୋହିବା,ଜ୍ୱର ହେବା,ବାନ୍ତି ,କଫ,ଶରୀର ଯନ୍ତ୍ରଣା କରିବା, ଛିଙ୍କିବା ଭଳି ଲକ୍ଷଣ ଦେଖା ଦେଇଥାଏ ।
ଆପଣଙ୍କ ଘର ଭିତରେ ଏବଂ ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ। ପିଲାମାନଙ୍କୁ ସଂକ୍ରମିତ ରୋଗୀଙ୍କଠାରୁ ଦୂରରେ ରଖନ୍ତୁ। ଭୟଭୀତ ନ ହୋଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।