ଭୁବନେଶ୍ୱର: ଚର୍ଚ୍ଚାରେ ଶୁଭ୍ରାଂଶୁଙ୍କ ବାହାଘର । ଭୁବନେଶ୍ୱର ୟୁନିଟ୍-୩ ଅଞ୍ଚଳର ସିପ୍ରାଙ୍କ ସହ ଶୁଭ୍ରାଂଶୁ ସାମଲଙ୍କର ବାହାଘର ସ୍ଥିର ହୋଇଥିଲା । ରୀତିନୀତି ଅନୁଯାୟୀ ବାହାଘର କରିବା ପାଇଁ ଉଭୟ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ଶୁଭ୍ରାଂଶୁ ନିଜ ବାହାଘରକୁ ଏକ ନିଆରା ଢଙ୍ଗରେ କରିବାକୁ ମନସ୍ତ କରିଥିଲେ । କାର କି ଘୋଡା ଗାଡ଼ିରେ ନୁହେଁ ବରଂ ନିଜ ଜୀବନ ସାଥିକୁ ଆଣିବା ପାଇଁ ସାଇକେଲକୁ ବାଛିଥିଲେ ଶୁଭ୍ରାଂଶୁ । ବରଯାତ୍ରୀଙ୍କୁ ଧରି ସାଇକେଲରେ ବିବାହ ମଣ୍ଡପରେ ପହଞ୍ଚି ଯାଇଥିଲେ ଶୁଭ୍ରାଂଶୁ ।
ତେବେ ତେଲ ଦର ବୃଦ୍ଧି କାରଣରୁ ଶୁଭ୍ରାଂଶୁ ଏପରି ନିଷ୍ପତ୍ତି ନେଇଥିଲେ। ଶୁଭ୍ରାଂଶୁଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ କନ୍ୟା ପକ୍ଷ ।