ଭୁବନେଶ୍ୱର: ନନ୍ଦନକାନନ ଚିଡ଼ିଆଖାନାରେ ପର୍ଯ୍ୟଟକଙ୍କୁ ମାଡ଼ ମାରି ବନ୍ଧା ହେଲେ ୩ ଅଭିଯୁକ୍ତ। ସେମାନେ ହେଉଛନ୍ତି ଦାରୁଠେଙ୍ଗ ନିବାସୀ ସନ୍ତୋଷ କୁମାର ସାହୁ,କାହ୍ନ। ମହାପାତ୍ର ଓ ଅମନ ପାଟଶାଣୀ । ରବିବାର ଦିନ ଛତିଶଗଡରୁ ୨୬ ଜଣ ପର୍ଯ୍ୟଟକ ନିଜ ପରିବାର ସହ ନନ୍ଦନକାନନ ବୁଲିବାକୁ ଆସିଥିଲେ । ସଫାରୀର ମଜା ନେବା ପାଇଁ ଦିନ ୨ ଟା ସୁଦ୍ଧା ସେମାନେ ସଫାରୀ କାଉଂଟରରେ ଟିକେଟ କାଟିଥିଲେ । ହେଲେ ୩ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ସଫାରୀ ଗାଡି ଆସିନଥିଲା। ଯାହାକୁ ନେଇ ସଫାରୀ କାଉଂଟରରେ ଥିବା କର୍ମଚାରୀମାନଙ୍କ ସହିତ ପଯ୍ୟଟକଙ୍କ ଯୁକ୍ତିତର୍କ ହୋଇଥିଲା । ପରେ ବେଟାରୀଗାଡି କର୍ମଚାରୀ ଓ ସଫାରୀ ଗାଡି କର୍ମଚାରୀ ମିଶି ପର୍ଯ୍ୟଟକମାନଙ୍କୁ ଷ୍ଟିଲ ରଡ଼ରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଏହି ଘଟଣାରେ ୪ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ନନ୍ଦନକାନନ ପୋଲିସ ପହଞ୍ଚି ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ସହ ୩ ଜଣକୁ ଅଟକ ରଖିଥିଲା।