ଭୁବନେଶ୍ୱର: ରେଳ ଷ୍ଟେସନରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓ ଆପଣଙ୍କୁ ବିଚଳିତ କରିପାରେ । ଯେତେବେଳେ ଜଣେ ମହିଳା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ ଠିକ ସେହି ସମୟରେ ତଳେ ପଡ଼ିଯାଇଥିଲେ। ପ୍ଲାଟଫର୍ମରେ ଉପସ୍ଥିତ ଥିବା ଜଣେ ଆରପିଏଫ୍ ଯବାନ ଅଘଟଣ ଘଟିବା ପୂର୍ବରୁ ମହିଳା ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରିନେଉଛନ୍ତି ।
रेल कर्मचारी की सतर्कता और तत्परता से बची यात्री की जान!
छत्तीसगढ़ के रायपुर स्टेशन पर चलती ट्रेन में चढ़ने के दौरान एक महिला अचानक नीचे गिर गई। ड्यूटी पर तैनात आरपीएफ कर्मचारी ने तत्परता से उसकी जान बचाई।
चलती हुई ट्रेन में ना चढ़ें/उतरें, यह जानलेवा हो सकता है। pic.twitter.com/1Aq2hxZNTp
— Ministry of Railways (@RailMinIndia) May 31, 2022
ଏହି ଭିଡିଓକୁ ରେଳ ମନ୍ତ୍ରଣାଳୟ ଟ୍ୱିଟରରେ ସେୟାର କରିଛି। ଏହି ଘଟଣା ଛତିଶଗଡର ରାୟପୁର ରେଳ ଷ୍ଟେସନରୁ ଆସିଛି। ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢିବା ସମୟରେ ଜଣେ ମହିଳା ହଠାତ୍ ଖସିପଡୁଛନ୍ତି। ଆଉ ଠିକ ସେତିକିବେଳେ ଡ୍ୟୁଟିରେ ଥିବା ଆରପିଏଫ୍ ଯବାନ ତାଙ୍କୁ ମରଣ ମୁହଁରୁ ଟାଣି ଆଣୁଛନ୍ତି । ଫଳରେ ମହିଳାଙ୍କ ଜୀବନ ରକ୍ଷା କରିବାରେ ଆରପିଏଫ୍ ଯବାନ ଜଣକ ସଫଳ ହେଉଛନ୍ତି । ତେବେ ଏଠି ଆପଣମାନଙ୍କୁ ଗୋଟିଏ ଅନୁରୋଧ ରହିବ ଯେ, ଯେତେଯାହା ହେଇଯାଉ ପଛେ ଚଳନ୍ତା ଟ୍ରେନରେ ଚଢନ୍ତୁ ନାହିଁ କି ଓଲ୍ହାନ୍ତୁ ନାହିଁ, ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ ।