ଭୁବନେଶ୍ୱର: ରୟାଲ୍ ଏନଫିଲ୍ଡ ଖୁବ୍ ଶୀଘ୍ର ମେଟେର୍ ୩୫୦ ନୂଆ ମଡେଲ୍ ଲଞ୍ଚ କରିବାକୁ ଯାଉଛି । ଗଣମାଧ୍ୟମର ରିପୋର୍ଟରୁ ଜଣାପଡିଛି ଯେ ମେଟେର୍ ୩୫୦ ଆଗରେ ୧୮ ଇଞ୍ଚ ଏବଂ ପଛରେ ୧୭ ଇଞ୍ଚର ଆଲୋଇ ଚକ ସହିତ ଆସିବ । ରୟାଲ୍ ଏନଫିଲ୍ଡ ଜୁନ୍ କିମ୍ବା ଜୁଲାଇ ମାସରେ ମେଟେର ୩୫୦ ର ଏହି ନୂତନ ମଡେଲକୁ ଲଞ୍ଚ କରିପାରେ । ରୟାଲ୍ ଏନଫିଲ୍ଡ ମେଟେର୍ ୩୫୦ ଷ୍ଟାଣ୍ଡାର୍ଡ ମଡେଲ୍ ଅପେକ୍ଷା ରୂପରେ ଅଧିକ ଆକର୍ଷଣୀୟ ହେବ ଏବଂ ପୂର୍ବ ତୁଳନାରେ ଏହାକୁ ଏକ ଫ୍ଲାଟ ହ୍ୟାଣ୍ଡେଲବାର ଏବଂ ଆରାମଦାୟକ ସିଟ୍ ଦିଆଯିବ ବୋଲି ଆଶା କରାଯାଉଛି ।
ନଭେମ୍ବରରେ ରୟାଲ ଏନଫିଲ୍ଡ ଭାରତରେ ମେଟେର ୩୫୦ ଲଞ୍ଚ କରିଥିଲା । ଯାହାର ଶୋ’ରୁମ ମୂଲ୍ୟ ୧.୭୫ ଲକ୍ଷ ଟଙ୍କା ରଖାଯାଇଥିଲା । ତେବେ ସେବେଠାରୁ ଏହି ମୋଟରସାଇକେଲର ମୂଲ୍ୟ ଅନେକ ଥର ବୃଦ୍ଧି କରାଯାଇଛି। ବର୍ତ୍ତମାନ ରୟାଲ୍ ଏନଫିଲ୍ଡ ମେଟେର୍ ୩୫୦ ର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ମୂଲ୍ୟ ହେଉଛି ୨.୦୫ ଲକ୍ଷ ଟଙ୍କା ଏବଂ ଏହାର ଟପ୍ ମଡେଲ୍ ୨.୨୨ ଲକ୍ଷ ଟଙ୍କାକୁ ଯାଉଛି।