ଭୁବନେଶ୍ୱର: ସାହସ ଦେଖାଇ ମୃତ୍ୟୁ ମୁହଁରୁ ଯାତ୍ରୀଙ୍କୁ ଟାଣି ଆଣିଲେ କ୍ୟାପଟେନ । ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଗଲା ସ୍ପାଇସଜେଟ୍ ବିମାନ SG-723।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ରବିବାର ସ୍ପାଇସଜେଟ୍ ବିମାନ SG-୭୨୩ ର ବାମ ଇଂଜିନରେ ନିଆଁ ଲାଗିଯାଇଥିଲା । ବିମାନରେ ପାଖାପାଖି ୧୮୫ ଜଣ ଯାତ୍ରୀ ଥିଲେ। ତେବେ ଇଂଜିନରେ ନିଆଁ ଲାଗିଯିବାରୁ ବିମାନଟି ପାଟନାରେ ଏକ ଜରୁରୀ ଅବତରଣ କରିଥିଲା ।
Exclusive Video from inside the plane
This looks very dangerous.#SpiceJet #Patna pic.twitter.com/qRxHlSFGwN
— Govind Pandey (@iGovindPandey) June 19, 2022
ଯାତ୍ରୀଙ୍କ ଦ୍ୱାରା ସୁଟ୍ ହୋଇଥିବା ଭିଡିଓରେ ଆପଣ ବିମାନର ବାମ ଇଞ୍ଜିନରୁ ନିଆଁ ବାହାରୁଥିବାର ଦେଖିବାକୁ ପାଇବେ। ଏହା ଜାଣିବା ପରେ ପାଇଲଟ୍ ଜଣକ ବିମନାଟିକୁ ଜରୁରୀକାଳୀନ ଅବତରଣ କରାଇଥିଲେ । ଫଳରେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଅଧିକାରୀ କହିଛନ୍ତି। ଏଭଳିପରିସ୍ଥିତିରେ ପାଇଲଟ୍ କିପରି ବିମାନ ଅବତରଣ କଲେ ତାହା ପ୍ରଶଂସନୀୟ ବୋଲି ଅଧିକାରୀ କହିଛନ୍ତି ।
ସ୍ପାଇସଜେଟ୍ ବିମାନ SG-୭୨୩ର କ୍ୟାପଟେନ ଥିଲେ ମୋନିକା ଖାନ୍ନା । କ୍ୟାପଟେନ ମୋନିକା ଏଭଳି ପରିସ୍ଥିରେ ଭୟଭୀତ ନ ହୋଇ ପ୍ରଭାବିତ ଇଞ୍ଜିନକୁ ବନ୍ଦ କରି ଜରୁରୀକାଳୀନ ଅବତରଣ କରିଥିଲେ। ମୋନିକାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୮୫ ଜଣ ଯାତ୍ରୀ ।