ଭୁବନେଶ୍ୱର/କେରଳ: କୁହାଯାଏ ଯେ ପାଠ ପଢ଼ିବାର କୌଣସି ବୟସ ନଥାଏ । ଯଦି ଆନ୍ତରିକତା ସହିତ କଠିନ ପରିଶ୍ରମ କରାଯାଏ, ତେବେ ସଫଳତା ନିଶ୍ଚୟ ମିଳିବ। ଯାହାକୁ ପ୍ରମାଣ କରିଦେଖାଇଛନ୍ତି କେରଳର ମଲାଲାପୁରମରେ ରହୁଥିବା ୪୨ ବର୍ଷୀୟ ମହିଳା ବିନ୍ଦୁ। ବିନ୍ଦୁ ୪୨ ବର୍ଷ ବୟସରେ ଜନସେବା ଆୟୋଗ (PSC) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କେବଳ ଏତିକି ନୁହେଁ, ତାଙ୍କ ୨୪ ବର୍ଷର ପୁଅ ମଧ୍ୟ ତାଙ୍କ ସହିତ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବର୍ତ୍ତମାନ ଉଭୟ ମା ଏବଂ ପୁଅ ସରକାରୀ ଚାକିରି କରିବେ ।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ଯେତେବେଳେ ବିନ୍ଦୁଙ୍କ ପୁଅ ୧୦ ମ ଶ୍ରେଣୀରେ ପାଠ ପଢୁଥିଲେ, ସେତେବେଳେ ସେ ତାଙ୍କ ପୁଅକୁ ଉତ୍ସାହିତ କରିବା ପାଇଁ ନିଜେ ପାଠ ପଢିବା ଆରମ୍ଭ କରିଥିଲେ, କିନ୍ତୁ ଏହା ତାଙ୍କୁ କେରଳ ଜନସେବା ଆୟୋଗ (ପିଏସସି) ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପ୍ରେରଣା ଦେଇଥିଲା। ବିନ୍ଦୁ ଏକ ଟିଭି ଚ୍ୟାନେଲରେ କହିଛନ୍ତି ଯେ ସେ ‘Last Grade Servants’ (LGS) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୯୨ ତମ ରାଙ୍କ ପାଇଥିବାବେଳେ ତାଙ୍କର ପୁଅ ବିବେକ ‘Lower Division Clerk’ (LDC) ପରୀକ୍ଷାରେ ୩୮ ତମ ରାଙ୍କ ପାଇଛନ୍ତି।
ବିନ୍ଦୁ କହିଥିଲେ ଯେ ସେ ତାଙ୍କ ପୁଅକୁ ଉତ୍ସାହିତ କରିବା ପାଠପଢା ଆରମ୍ଭ କରିଥିଲେ ଏବଂ ଏହା ତାଙ୍କୁ ପ୍ରେରଣା ଦେଇଥିଲା ଏବଂ ସେ ଏକ କୋଚିଂ ସେଣ୍ଟରରେ ନାମ ଲେଖାଇଥିଲେ । ସେଠାରେ ସେ ସ୍ନାତକ ହାସଲ କରିବା ପରେ ତାଙ୍କ ପୁଅର ମଧ୍ୟ ନାମ ଲେଖାଇଥିଲେ।