ଭୁବନେଶ୍ୱର: ଆଜିକାଲିର ଲୋକେ ଚର୍ଚ୍ଚାରେ ରହିବା ପାଇଁ କିଛି ବି କରିପାରନ୍ତି । କିଏ ସଂଗୀତ ପାଇଁ ତ ଆଉ କିଏ ଡ୍ୟାନ୍ସ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି । ହେଲେ କେରଳରୁ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ବାସ୍ତବରେ ଏଠାରେ ଜଣେ ବ୍ୟକ୍ତି ତାଙ୍କ ବିବାହ କାର୍ଡକୁ ଭିନ୍ନ କରିବା ପାଇଁ ଔଷଧ ଟ୍ୟାବଲେଟକୁ ବ୍ୟବହାର କରିଥିଲେ। ଟ୍ୟାବଲେଟ୍ ରେ ମୁଦ୍ରିତ ବିବାହ କାର୍ଡକୁ ଦେଖିଲେ ଆପଣ ପ୍ରଥମେ ଚିହ୍ନି ପାରିବେ ନାହିଁ କି ଏହା କୌଣସି ଔଷଧ ନା ନିମନ୍ତ୍ରଣ କାର୍ଡ।
ଟାବଲେଟ୍ ରେ ଛପା ଯାଇଥିବା ଏହି ବିବାହ କାର୍ଡରେ ଲେଖା ଅଛି ଯେ ଏଝିଲାରସନ୍ (Ezhilarasan) ଏବଂ ବସନ୍ତକୁମାରୀ (Vasanthakumari )ଙ୍କ ବିବାହ ସେପ୍ଟେମ୍ବର ୫ ରେ ହେବାକୁ ଯାଉଛି। ବିବାହର ସ୍ଥାନ ହେଉଛି ଭେଟ୍ଟାଭେଲମ, ଶକ୍ତିଭେଲ ତିରୁମାନା ମହଲ। ଏହା ସହିତ ଏହି ବିବାହ କାର୍ଡରେ ଏକ ଚେତାବନୀ ମଧ୍ୟ ଲେଖାଯାଇଛି ଯେ ସମସ୍ତ ବନ୍ଧୁ ଏବଂ ସମ୍ପର୍କୀୟମାନେ ମୋର ବିବାହ ସମାରୋହକୁ ହାତଛଡ଼ା କରନ୍ତୁ ନାହିଁ । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।