ଭୁବନେଶ୍ୱର: କେତେବେଳେ ଆଉ କେଉଁ ସମୟରେ ମଧ୍ୟ ବଦଳିଯାଇପାରେ ଆପଣଙ୍କ ଭାଗ୍ୟ । ଦିନେ ଯିଏ ନିଜର ସ୍ୱଳ୍ପ ଦରମା ପାଇଁ ଚାକିରୀ ଛାଡିଦେଇଥିଲା ,ଆଜି ସେ ପ୍ରାୟ ୪ କୋଟି ଟଙ୍କାର ମାଲିକ। କଥାଟା ଆପଣମାନଙ୍କୁ ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ। ଜଣେ ଆମାଜନ ଡେଲିଭରି ବଏ ରିସ୍କ ନେଇ ଆଜି ସେ କୋଟିପତି ହୋଇପାରିଛନ୍ତି। କୋଟିପତି ହୋଇଥିବା ଏହି ଡେଲିଭରି ବଏର ନାମ ହେଉଛି କୈଫ ଭାଟ୍ଟି (kaif bhatty)। ସେ ବ୍ରିଟେନର ଲଣ୍ଡନ ସହରର ବାସିନ୍ଦା। ଧନୀ ହେବା ପରେ ସେ ବର୍ତ୍ତମାନ ଦୁବାଇରେ ରହୁଛନ୍ତି।
ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କୈଫ ପୂର୍ବରୁ ଅତି ଗରିବ ଥିଲେ। ସେ ଲଣ୍ଡନର ଏକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ୨୦୧୭ ରେ ସ୍ନାତକ ହାସଲ କରିବା ପରେ, କୈଫ ଆମାଜନର ଡେଲିଭରି ବଏ ଭାବରେ କାମ କରିବା ଆରମ୍ଭ କଲେ । ସେ ଦିନକୁ ୧୪ ଘଣ୍ଟା କାମ କରୁଥିଲେ, କିନ୍ତୁ ଏହାର ପ୍ରତିବଦଳରେ ତାଙ୍କର ଦରମା ବହୁତ କମ୍ ଥିଲା।
୨୮ ବର୍ଷ ବୟସରେ, କୈଫ ତାଙ୍କ କମ୍ ବେତନ ହେତୁ ଚାକିରି ଛାଡିବାକୁ ସ୍ଥିର କଲେ ଏବଂ ତାଙ୍କ ପାଖରେ ଥିବା ୭୦୦ ୟୁରୋ ଅର୍ଥାତ୍ ପ୍ରାୟ ୫୬ ହଜାର ଟଙ୍କାକୁ କ୍ରିପ୍ଟୋକରେନ୍ସିରେ ବିନିଯୋଗ କଲେ। କିଛି ଦିନ ପରେ,କୈଫ ୪ କୋଟି ଟଙ୍କାର ମାଲିକ ବନିଗଲେ। କୈଫ କହିଛନ୍ତି ଯେ ପ୍ରଥମେ ଯେତେବେଳେ ସେ ଆମାଜନର ଚାକିରି ଛାଡିଥିଲେ, ତାଙ୍କ ପିତାମାତା ଭବିଷ୍ୟତ ପାଇଁ ଚିନ୍ତିତ ଥିଲେ। ଅବଶ୍ୟ, ପରେ ଯେତେବେଳେ ସେ ସଫଳତା ପାଇଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏକ ବର୍ଷ ପରେ, କୈଫ ନିଜ ଦେଶ ଛାଡି ଦୁବାଇରେ ରହିବାକୁ ସ୍ଥିର କଲେ। ଦୁବାଇରେ ରହିବା ପାଇଁ କୈଫ ୪ କୋଟିର ଆପାର୍ଟମେଣ୍ଟ ଏବଂ ୨ କୋଟିର ବିଳାସପୂର୍ଣ୍ଣ ଏକ କାର ମଧ୍ୟ କିଣିଛନ୍ତି ।