ଭୁବନେଶ୍ୱର: ପ୍ରାୟ ସମସ୍ତେ ଜାଣିଥିବେ ଯେ ଦୁଇ ଚକିଆ ଗାଡ଼ିରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ଅଟେ। ଯଦି କୌଣସି ବ୍ୟକ୍ତି ବିନା ହେଲମେଟରେ ଦୁଇ ଚକିଆ ଗାଡି ଚଳାଉଥିବା ବେଳେ ଧରାପଡନ୍ତି, ତେବେ ତାଙ୍କର ୧୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ଚାଲାଣ କଟାଯାଇପାରିବ । କିନ୍ତୁ, ଆପଣ ଜାଣିଛନ୍ତି କି ? ହେଲମେଟ ପିନ୍ଧିବା ପରେ ମଧ୍ୟ ଆପଣଙ୍କର ୨୦୦୦ ଟଙ୍କାର ଚାଲାଣ କଟାଯାଇପାରେ ।
ଯଦି ହେଲମେଟକୁ ସଠିକ୍ ଭାବରେ ପିନ୍ଧୁ ନାହାନ୍ତି, ତେବେ ଆପଣଙ୍କର ଚାଲାଣ କଟାଯାଇପାରେ। ମୋଟର ଯାନ ଅଧିନିୟମ ଅନୁଯାୟୀ, ମୋଟରସାଇକେଲ କିମ୍ବା ସ୍କୁଟରରେ ହେଲମେଟ ଷ୍ଟ୍ରିପ ବାନ୍ଧି ନ ଥିବାରୁ ୧୦୦୦ ଟଙ୍କାର ଚାଲାଣ କଟାଯାଇପାରେ। ଏହି ଚ୍ୟାଲେନ୍ 194D MVA ଅଧୀନରେ କଟାଯିବ। ଏଥି ସହିତ, ଯଦି ଚାଳକ ଏପରି ହେଲମେଟ ପିନ୍ଧିଛନ୍ତି, ଯାହା BIS ପଞ୍ଜିକୃତ ନୁହେଁ କିମ୍ବା ତ୍ରୁଟିପୂର୍ଣ୍ଣ, ତେବେ ମଧ୍ୟ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ ।
ଅନଲାଇନ୍ ଚାଲାଣ କିପରି ଦେଖିବେ ?
ସର୍ବପ୍ରଥମେ https://echallan.parivahan.gov.in/ କୁ ଯାଆନ୍ତୁ।
”Check Online Service’ ‘ ବିକଳ୍ପକୁ ଯାଆନ୍ତୁ ।
ପ୍ରଦତ୍ତ Check Challan Status ଉପରେ କ୍ଲିକ୍ କରନ୍ତୁ।
ଅନୁରୋଧ କରାଯାଇଥିବା ଗାଡି ସମ୍ବନ୍ଧୀୟ ସୂଚନା ପୁରଣ କରନ୍ତୁ।
କ୍ୟାପଚା ପୁରଣ କରନ୍ତୁ ଏବଂ ସବିଶେଷ ବିବରଣୀ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
ବର୍ତ୍ତମାନ ଆପଣଙ୍କ ଗାଡିର ଚାଲାଣ କଟାହୋଇଛି କି ନାହିଁ ତାହା ଜାଣିପାରିବେ ।