ଭୁବନେଶ୍ୱର: ଯଦି ଆପଣ ଡାକ୍ତରଖାନା ଯାଇଛନ୍ତି ଏବଂ ସେଠାରେ ଏକ ଜଙ୍ଗଲୀ ହାତୀ ବୁଲୁଥିବାର ଦେଖନ୍ତି ତେବେ କ’ଣ କରିବେ ? ପଶ୍ଚିମବଙ୍ଗର ଏକ ଆର୍ମି ହସ୍ପିଟାଲରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ସୁଶାନ୍ତ ନନ୍ଦ ବିନ୍ନାଗୁରୀ ଆର୍ମି ହସ୍ପିଟାଲ (Binnaguri Army Hospital) ଭିତରେ ଏକ ଜଙ୍ଗଲୀ ହାତୀ ବୁଲୁଥିବାର ଫଟୋ ସେୟାର କରିଛନ୍ତି।
Elephant in Binnaguri Army Hospital. pic.twitter.com/KJeCuRJgJG
— Office of Dilip Ghosh (@DilipGhoshOff) September 5, 2022
ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ବଣୁଆ ହାତୀ ଡାକ୍ତରଖାନାରେ ପ୍ରବେଶ କରିଥିଲେ ଏବଂ ପରେ ଗ୍ୟାଲେରୀରେ ଚାଲିବା ଆରମ୍ଭ କରିଥିଲେ। ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଯେ, ଡାକ୍ତରଖାନା ଭିତରେ ଏକ ଜଙ୍ଗଲୀ ହାତୀ ବୁଲୁଥିବାର ନଜର ଆସିଛନ୍ତି। ଡାକ୍ତରଖାନାର କରିଡରରେ ଦୁଇ ହାତୀ ମୁକ୍ତ ଭାବରେ ବୁଲୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି।