ଭୁବନେଶ୍ୱର: ଟଙ୍କା ଦେଖି ଆଶ୍ଚର୍ଯ୍ୟ-ଚକିତ ହୋଇଗଲେ କାର ଶୋ’ରୁମରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ। ୧୦୦ କି ହଜାରେ ନୁହେଁ …୬ ଲକ୍ଷର ୧୦ ଟଙ୍କିଆ କଏନ । ତାକୁ ପୁଣି ଗୋଟିଏ ଅଖାରେ ଭର୍ତ୍ତି କରି ଶୋ’ରୁମରେ ପହଞ୍ଚିଥିଲେ ତାମିଲନାଡୁର ଜଣେ ବ୍ୟକ୍ତି ।
ତାମିଲନାଡୁର ଭେଟ୍ରିଭେଲ (Vetrivel) ଏକ ସ୍କୁଲ ଏବଂ ମେଡିକାଲ ଷ୍ଟୋର ଚଲାନ୍ତି। ଏହା ସହିତ ତାଙ୍କ ମା ମଧ୍ୟ ଏକ ଛୋଟ ଦୋକାନ ଚଳାନ୍ତି। ତାଙ୍କ ଦୋକାନକୁ ଆସୁଥିବା ଗ୍ରାହକଙ୍କ ମଧ୍ୟରୁ ଅଧିକାଂଶ ୧୦ ଟଙ୍କିଆ ମୁଦ୍ରା ଦେଇ ସାମଗ୍ରୀ କିଣିଥାନ୍ତି । ଆଉ ସେସବୁ କଏନକୁ ତାଙ୍କ ମା ସଂଗ୍ରହ କରି ରଖିଥିଲେ।
୬ ଲକ୍ଷର ୧୦ ଟଙ୍କିଆ କଏନ ଧରି ଭେଟ୍ରିଭେଲ ପ୍ରଥମେ ବ୍ୟାଙ୍କରେ ପହଞ୍ଚିଥିଲେ। ହେଲେ ଏତେ ଟଙ୍କାର କଏନ ନେବାକୁ ମନା କରିଦେଇଥିଲେ। ବ୍ୟାଙ୍କର କହିବା କଥା, ଏତେ ସଂଖ୍ୟକ ମୁଦ୍ରା ଗଣିବା ପାଇଁ ସେମାନଙ୍କ ପାଖରେ ଲୋକ ନଥିଲେ,ସେଥିପାଇଁ ସେ ଭେଟ୍ରିଭେଲଙ୍କୁ ଫେରେଇଦେଥିଲେ।
ତା ପରେ ଭେଟ୍ରିଭେଲ ପହଞ୍ଚିଥିଲେ ଏକ କାର ଶୋ’ରୁମରେ । କାରକୁ ପସନ୍ଦ କରିବା ପରେ ଦେୟ ପାଇଁ ମୁଦ୍ରା ବ୍ୟବହାର କରିବାକୁ ମାଲିକଙ୍କୁ କହିଥିଲେ । ଯଦିଓ ବ୍ୟକ୍ତିଙ୍କୁ ଶୋ’ରୁମ୍ର ମାଲିକଙ୍କୁ ମନାଇବା ପାଇଁ ପରିଶ୍ରମ କରିବାକୁ ପଡୁଥିଲା, କିନ୍ତୁ ଶେଷରେ ସେ ରାଜି ହୋଇଥିଲେ। ସେ ଅଖାରୁ ମୁଦ୍ରା ବାହାର କରିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।