ଭୁବନେଶ୍ୱର: ମାର୍ଚ୍ଚ ୧୬ ରୁ ୧୨ ରୁ ୧୪ ବର୍ଷର ପିଲାମାନଙ୍କ ପାଇଁ କେନ୍ଦ୍ର ସରକାର କରୋନା ଟିକାକରଣ ଆରମ୍ଭ କରିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଟ୍ୱିଟ୍ କରି କହିଛନ୍ତି ଯେ ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ମାର୍ଚ୍ଚ ୧୬ ରୁ କରୋନା ଟିକା ଦିଆଯିବ। ଏହା ବ୍ୟତୀତ, ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତି ମଧ୍ୟ ବୁଷ୍ଟର୍ ଡୋଜ ପାଇପାରିବେ ।
ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ‘ପିଲାମାନେ ସୁରକ୍ଷିତ, ଦେଶ ସୁରକ୍ଷିତ! ମୁଁ ସୂଚନା ଦେଇ ଖୁସି ଯେ ମାର୍ଚ୍ଚ ୧୬ ରୁ ୧୨ ରୁ ୧୩ ଏବଂ ୧୩ ରୁ ୧୪ ବର୍ଷ ବୟସର ପିଲାମାନଙ୍କର କୋଭିଡ ଟିକାକରଣ ଆରମ୍ଭ ହେଉଛି। ମୁଁ ଟିକାକରଣ କରିବାକୁ ପିଲାମାନଙ୍କ ଅଭିଭାବ ଏବଂ ୬୦ + ବୟସ ବର୍ଗର ଲୋକଙ୍କୁ ଅନୁରୋଧ କରୁଛି ।
बच्चे सुरक्षित तो देश सुरक्षित!
मुझे बताते हुए खुशी है की 16 मार्च से 12 से 13 व 13 से 14 आयुवर्ग के बच्चों का कोविड टीकाकरण शुरू हो रहा है।
साथ ही 60+ आयु के सभी लोग अब प्रिकॉशन डोज लगवा पाएँगे।
मेरा बच्चों के परिजनों व 60+ आयुवर्ग के लोगों से आग्रह है की वैक्सीन जरूर लगवाएँ।
— Dr Mansukh Mandaviya (@mansukhmandviya) March 14, 2022
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୧୮୦.୧୯ କୋଟି ଡୋଜ ଦିଆଯାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ ଟିକାକରଣର କାର୍ଯ୍ୟକ୍ରମ ସାରା ଦେଶରେ ବିସ୍ତାର କରାଯାଉଛି ଏବଂ ଟିକାକରଣର ଗତି ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରାଯାଉଛି।