ଭୁବନେଶ୍ୱର: ଆପଣ ନିଜ ପରିବାର ପାଇଁ ଏକ ନୂତନ କାର କିଣିବାକୁ ଯୋଜନା କରୁଛନ୍ତି କି ? ଯାହାକି କମ ଖର୍ଚ୍ଚରେ ଅଧିକ ମାଇଲେଜ ଦେଉଥିବ । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି କାର୍ ବିଷୟରେ କହୁଛୁ ଯାହାର ଇନ୍ଧନ ମୂଲ୍ୟ କିଲୋମିଟର ପିଛା ୨ ଟଙ୍କାରୁ ମଧ୍ୟ କମ୍ ।
ମାରୁତି ସୁଜୁକି ଆଲ୍ଟୋ
ମାରୁତିର ଏହା ସବୁଠାରୁ ଶସ୍ତା କାର । ଏହାର ଏକ ୭୯୬ ସିସି ଇଞ୍ଜିନ୍ ଅଛି। ଏଥିରେ ଉଭୟ ପେଟ୍ରୋଲ ଏବଂ ସିଏନଜିର ବିକଳ୍ପ ଅଛି । ଏହାର ମୂଲ୍ୟ ୩.୨୫ ଲକ୍ଷରୁ ୪.୯୪ ଲକ୍ଷ ଟଙ୍କା ମଧ୍ୟରେ ରହିଛି । CNG ରେ, ଏହା ଏକ କିଲୋଗ୍ରାମ ଗ୍ୟାସରେ ପ୍ରାୟ ୩୧.୫୯ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରେ ।
ମାରୁତି ସୁଜୁକି ୱାଗନ୍ ଆର
ଏଥିରେ ୯୯୮ ସିସି ଇଞ୍ଜିନ୍ ଦିଆଯାଇଛି । ଏଥିରେ ଉଭୟ ପେଟ୍ରୋଲ ଏବଂ ସିଏନଜିର ବିକଳ୍ପ ଅଛି । ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ୫.୪୦ ଲକ୍ଷରୁ ୭.୧୦ ଲକ୍ଷ ମଧ୍ୟରେ ରହିଛି । ଏକ କିଲୋଗ୍ରାମ ଗ୍ୟାସରେ ୩୪.୦୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରେ।
ମାରୁତି ସୁଜୁକି ସେଲେରିଓ
ଏହି କାର ରେ ଆପଣ ୯୯୮ ସିସି ର ଇଞ୍ଜିନ୍ ପାଇବେ । ଉଭୟ ପେଟ୍ରୋଲ ଏବଂ ସିଏନଜିର ବିକଳ୍ପ ଅଛି । ଏହାର ଏକ୍ସ-ଶୋ’ରୁମ୍ ମୂଲ୍ୟ ୫.୧୪ ଲକ୍ଷରୁ ୬.୯୪ ଲକ୍ଷ ମଧ୍ୟରେ ରହିଛି । ଏକ କିଲୋଗ୍ରାମ ଗ୍ୟାସରେ ୩୫.୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରେ ।
ହୁଣ୍ଡାଇ ସାଣ୍ଟ୍ରୋ
ହୁଣ୍ଡାଇ ସାଣ୍ଟ୍ରୋରେ ଉଭୟ ପେଟ୍ରୋଲ ଏବଂ ସିଏନଜିର ବିକଳ୍ପ ଅଛି। ଏକ୍ସ ଶୋ’ରୁମ୍ ମୂଲ୍ୟ ୪.୮୬ ଲକ୍ଷରୁ ୬.୪୫ ଲକ୍ଷ ମଧ୍ୟରେ ରହିଛି । ଏକ କିଲୋଗ୍ରାମ ଗ୍ୟାସରେ ୩୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରେ । ଏଥିରେ ୧୦୮୬ ସିସି ଇଞ୍ଜିନ୍ ଦିଆଯାଇଛି।