ଭୁବନେଶ୍ୱର: ୨୦୨୨ ମସିହାରେ ମାରୁତି ସୁଜୁକି ଭାରତରେ ୬ ଟି ନୂତନ ମଡେଲ୍ ଲଞ୍ଚ କରିବାକୁ ଯାଉଛି। ତେବେ ଆପଣଙ୍କ ପାଇଁ କେଉଁଟା ଭଲ ରହିବ ଥରେ ତାଲିକା ଉପରେ ନଜର ପକାନ୍ତୁ ।
ଏର୍ଟିଗା ଫେସେଲିଫ୍ଟ
ବଡ଼ ପରିବର୍ତ୍ତନ ସହିତ ବଜାରକୁ ଆସିବାକୁ ଯାଉଛି ମାରୁତି ସୁଜୁକି ଏର୍ଟିଗା ଫେସେଲିଫ୍ଟ । ଏର୍ଟିଗା ଫେସେଲିଫ୍ଟ ଭାରତୀୟ ସଡ଼କ ଉପରେ ପରୀକ୍ଷଣ ହେଉଥିବାର ବାରମ୍ବାର ଦେଖିବାକୁ ମିଳିଛି । ଚଳିତବର୍ଷ ଶେଷ ସୁଦ୍ଧା କମ୍ପାନୀ ମାର୍କେଟରେ ଲଞ୍ଚ କରିପାରେ ବୋଲି ଆଶା କରାଯାଉଛି ।
ମାରୁତି ସୁଜୁକି XL6 ଫେସେଲିଫ୍ଟ
ମାରୁତି ସୁଜୁକି ଖୁବ ଶୀଘ୍ର ଭାରତୀୟ ବଜାରରେ ଏକ ଶକ୍ତିଶାଳୀ ୬ ସିଟ୍ ବିଶିଷ୍ଟ SUV XL6 ମଧ୍ୟ ଲଞ୍ଚ କରିବାକୁ ଯାଉଛି, ଯାହା ବର୍ତ୍ତମାନ କିଆ କାରେନ୍ସ ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହା ମଧ୍ୟ ଅନୁମାନ କରାଯାଉଛି ଯେ କମ୍ପାନୀ ୬ ଏବଂ ୭ ସିଟ୍ ଥିବା ନୂତନ XL6 ଲଞ୍ଚ କରିପାରେ।
ଭିଟାରା ବ୍ରେଜା
ଦୀର୍ଘ ଦିନ ଧରି କମ୍ପାନୀ ନୂଆ ଭିଟାର ବ୍ରେଜା ଉପରେ କାମ କରିଆସୁଥିଲା, ଯାହା ପରୀକ୍ଷଣ ସମୟରେ ଅନେକ ଥର ଦେଖିବାକୁ ମିଳିଛି। ଏହି କାରରେ କମ୍ପାନୀ ବ୍ୟାପକ ପରିବର୍ତ୍ତନ କରିଥିବାର ଦେଖିବାକୁ ମିଳିବ ।
ବାଲେନୋ CNG
ନିକଟରେ ମାରୁତି ସୁଜୁକି ଭାରତରେ ବାଲେନୋ ଲଞ୍ଚ କରିଛି । ବର୍ତ୍ତମାନ କମ୍ପାନୀ CNG ଭାରିଆଣ୍ଟକୁ ବଜାରକୁ ଆଣିବା ପାଇଁ ଯୋଜନା କରୁଛି ।
ଏସ୍-ପ୍ରେସୋ
ମାରୁତି ସୁଜୁକି ଖୁବ୍ ଶୀଘ୍ର S-Presso କୁ ନୂତନ ଡୁଆଲ୍ ଜେଟ୍ ଇଞ୍ଜିନ୍ ସହିତ ଲଞ୍ଚ କରିପାରେ ଯାହାକି ନିକଟରେ ସେଲେରିଓ ଦେଖିବାକୁ ମିଳିଥିଲା। ନୂତନ S-Presso ମଧ୍ୟ ଇନ୍ଧନ ଦୃଷ୍ଟିରୁ ଏକ ଉଚ୍ଚ କାର୍ ହେବ । ଏହା ବ୍ୟତୀତ କାରକୁ ଏକ ନୂଆ ରୂପ ଦେବା ପାଇଁ କିଛି ମାତ୍ରାରେ ପରିବର୍ତ୍ତନ କରିଥିବାର ଦେଖିବାକୁ ପାଇବେ ।
ଇଗ୍ନିସ୍ ଡୁଆଲ ଜେଟ୍
ନୂତନ ଇଞ୍ଜିନ୍ ସହିତ କମ୍ପାନୀ ଗ୍ରାହକମାନଙ୍କ ପାଇଁ ଇଗ୍ନିସ୍ ର ଏକ ନୂତନ ମଡେଲ୍ ଆଣିବାକୁ ଯାଉଛି । ଯାହାକି ବର୍ତ୍ତମାନର ମଡେଲ୍ ଅପେକ୍ଷା ଅଧିକ ପେଟ୍ରୋଲ୍ ସଞ୍ଚୟ କରିବ ।