ରାଜସ୍ଥାନ : ଧନ ଜୀବନର ସୁରକ୍ଷା ହେଉ ଅବା ସ୍ଵ ଦେଶକୁ ରକ୍ଷା, ସଦା ତତ୍ପର ”ଭାରତୀୟ ସେନା” | ପୁଣିଥରେ ଭାରତୀୟ ସେନା ଏଭଳି କିଛି କରିଦେଖାଇଛି ଯାହା ପାଇଁ ଗର୍ବରେ ଛାତି ଫୁଲି ଉଠିବ | କୋଭିଡ ସଂକ୍ରମଣକୁ ନେଇ ପୁରା ଦେଶ ଏବେ ଥରହର | ସମସ୍ତ ହସ୍ପିଟାଲରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି | ଏଭଳି ଅବସ୍ଥାରେ ରାଜସ୍ଥାନ ବାଡମେର ପ୍ରଶାସନ ସେନାକୁ କହିଥିଲା କି, ଜିଲ୍ଲା ପାଇଁ ଏକ ଅସ୍ଥାୟୀ ହସ୍ପିଟାଲର ଆବଶ୍ୟକ ରହିଛି | ଏସବୁ ଶୁଣିବା ପରେ ସେନାର ୨୫ ଜଣ ଯବାନ ବୁଧବାର ସନ୍ଧ୍ୟା ୫ ଟାରେ ବାଡମେର ଠାରେ ଥିବା ସରକାରୀ ଇଂଜିନିୟରିଂ କଲେଜରେ ଏକ ଅସ୍ଥାୟୀ କୋଭିଡ ସେଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ | ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ର ଫଳ ସ୍ୱରୂପ ରାତି ୧୦ ଟା ସୁଦ୍ଧା ଅସ୍ଥାୟୀ ହସ୍ପିଟାଲର ପ୍ରସ୍ତୁତ ଶେଷ ହୋଇଯାଇଥିଲା | ଯେଉଁଥିରେ ବେଡ ସହିତ ଅନ୍ୟାନ୍ୟ ସୁବିଧା ବି ଉପଲବ୍ଧ ରହିଛି |
ବାଡମେର ଜିଲ୍ଲାରେ କ୍ରମାଗତ ୫ ଦିନ ହେବ ୭୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା | ସେମାନଙ୍କ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ମାନଙ୍କରେ ବେଡର ଅଭାବ ପଡୁଥିବା ବେଳେ ମଙ୍ଗ ସମ୍ଭାଳିଛି ଭାରତୀରେ ସେନା | ବାଡମେର ପ୍ରଶାସନ ସହାୟତାରେ ମାତ୍ର ୫ ଘଂଟା ମଧ୍ୟରେ ୧୦୦ ବେଡ ବିଶିଷ୍ଟ ମେଡିକାଲ ନିର୍ମାଣ କରିଛି ‘ଭାରତୀରେ ସେନା’ |