କଳିଯୁଗର କୁମ୍ଭକର୍ଣ୍ଣ ! ଥରେ ଶୋଇଲେ ୩୦୦ ଦିନ ପରେ ଭାଙ୍ଗେ ନିଦ, ଚିନ୍ତାରେ ପରିବାର ଲୋକେ

ଭୁବନେଶ୍ୱର: ଆମେ ସମସ୍ତେ ରାମାୟଣର ‘କୁମ୍ଭକର୍ଣ୍ଣ’ ଙ୍କ ବିଷୟରେ ଜାଣିଛେ । କୁହାଯାଏ ଯେ କୁମ୍ଭକର୍ଣ୍ଣ ୬ ମାସ ଅର୍ଥାତ ୧୮୦ ଦିନ ଶୁଅନ୍ତି କିନ୍ତୁ ରାଜସ୍ଥାନରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି କୁମ୍ଭକର୍ଣ୍ଣଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ସେ ୧୦ ମାସ ଅର୍ଥାତ୍ ୩୦୦ ଦିନ ପାଇଁ ନିରନ୍ତର ଭାବେ ଶୋଇଥାନ୍ତି । ବାସ୍ତବରେ ଏହି ବ୍ୟକ୍ତିଙ୍କର ଏକ ବିଶେଷ ପ୍ରକାରର ରୋଗ ଅଛି ଯେଉଁଥିପାଇଁ ତାଙ୍କର ଆଜି ଏଭଳି ଅବସ୍ଥା ।

ଏହା ଶୁଣିବାକୁ ଟିକେ ଅଜବ ଲାଗୁଛି, କିନ୍ତୁ ପୁରଖାମ ବର୍ଷକୁ ପ୍ରାୟ ୩୦୦ ଦିନ ଶୋଇଥା’ନ୍ତି । ଏହି ସମୟରେ ତାଙ୍କର ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ, ସବୁ କିଛି ଶୋଇବା ସମୟରେ ହିଁ ହୋଇଥାଏ । ୨୦୧୫ ମସିହାରୁ, ତାଙ୍କର ରୋଗ ଅଧିକ ବଢିଗଲା ଏବଂ ସେ ହଠାତ୍ ଦିନରେ ୧୮-୧୮ ଘଣ୍ଟା ଶୋଇବା ଆରମ୍ଭ କଲେ ।

ଥରେ ସେ ଶୋଇଗଲେ ତାଙ୍କୁ ଜାଗ୍ରତ କରିବା ପ୍ରାୟ ଅସମ୍ଭବ । ଶୋଇବା ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ପୁରଖାମଙ୍କୁ ଖାଇବାକୁ ଦିଆଯାଏ । ପୁରଖରାମଙ୍କ ଏଭଳି ରୋଗ ପାଇଁ କୌଣସି ଉପଶମ ନାହିଁ, କିନ୍ତୁ ତାଙ୍କ ମା ଏବଂ ପତ୍ନୀ ଆଶା କରୁଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହୋଇଯିବେ।