ଭୁବନେଶ୍ୱର: ଅନେକ ଦେଶ ସପ୍ତାହକୁ ଚାରି ଦିନ କାମ ଏବଂ ତିନି ଦିନ ଛୁଟି ଫର୍ମୁଲା ଉପରେ କାମ କରୁଛନ୍ତି । ଏଭଳି ପରିସ୍ଥିତିରେ ବ୍ରିଟେନ ମଧ୍ୟ ଚାରି ଦିନିଆ ୱାର୍କ ସପ୍ତାହ କ୍ଲବରେ ଯୋଗଦେବାକୁ ପ୍ରସ୍ତୁତ ହେଉଛି। ୟୁକେ ସଂସ୍ଥାଗୁଡ଼ିକରେ ହଜାର ହଜାର ଶ୍ରମିକ ସୋମବାର ଠାରୁ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଅଧ୍ୟୟନରେ ଅଂଶଗ୍ରହଣ କରୁଛନ୍ତି । ଏହା ଛଅ ମାସର ଏକ ପାଇଲଟ୍ କାର୍ଯ୍ୟକ୍ରମ ।
ବ୍ୟାଙ୍କିଙ୍ଗ୍, ଆତିଥ୍ୟ, କେୟାର ଏବଂ ଆନିମେସନ୍ ଷ୍ଟୁଡିଓ ସେକ୍ଟରର ପ୍ରାୟ ୭୦ ଟି କମ୍ପାନୀ ବିଶ୍ୱର ସର୍ବବୃହତ ପାଇଲଟ୍ ଯୋଜନାରେ ଭାଗ ନେବାକୁ ସାଇନ୍ ଅପ୍ କରିଛନ୍ତି । ଏଥିରେ ଅକ୍ସଫୋର୍ଡ ଏବଂ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଏକାଡେମିକ୍ ତଥା ଆମେରିକାର ବୋଷ୍ଟନ୍ କଲେଜର ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଛନ୍ତି।