Odia

ଜଗନ୍ନାଥ ମନ୍ଦିରର ୪୦୦ ସେବାୟତଙ୍କୁ କରୋନା: ଧାର୍ମିକ ସ୍ଥାନ ନ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ପୁରୀ: ପିଏଲ ଉପରେ ଓଡ଼ିଶା ହାଇକୋର୍ଟ ଦେଇଥିବା ବିଜ୍ଞପ୍ତିର ଉତ୍ତରରେ ରାଜ୍ୟ ସରକାର କହିଛନ୍ତି ଯେ, ଧାର୍ମିକ ସ୍ଥଳୀ ପୁରୀ ଜଗନ୍ନାଥ ମନ୍ଦିରରେ ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବାକୁ ଅନୁମତି ଦିଆଗଲେ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି ।

ପୁରୀ ଜଗନ୍ନାଥ ମନ୍ଦିରର ୪୦୦ ରୁ ଅଧିକ ସେବାୟତ ଏବଂ ଅଧିକାରୀଙ୍କ କରୋନା ପଜିଟିଭ୍ ଆସିବାପରେ ଓଡ଼ିଶା ସରକାର ହାଇକୋର୍ଟଙ୍କୁ କହିଛନ୍ତି ଯେ ମାର୍ଚ୍ଚ ମାସରୁ ଭକ୍ତଙ୍କ ପାଇଁ ବନ୍ଦ ଥିବା ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥାନ ଖୋଲିବାକୁ ଏପର୍ଯ୍ୟନ୍ତ ପ୍ରସ୍ତୁତ ନୁହେଁ ।

ପିଏଲ ଉପରେ ଓଡ଼ିଶା ହାଇକୋର୍ଟ ଦେଇଥିବା ବିଜ୍ଞପ୍ତିର ଉତ୍ତରରେ ରାଜ୍ୟ ସରକାର କହିଛନ୍ତି ଯେ ପବିତ୍ର ସ୍ଥାନ ପୁରୀର ଜଗନ୍ନାଥ ମନ୍ଦିରରେ ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଇଥିଲେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ରାଜ୍ୟ ସରକାର ଏକ ଆଫିଡ଼େଭିଟ ରେ ଦର୍ଶେଇଛନ୍ତି ଯେ , ୩୫୧ ଜଣ ସେବାୟତ ଏବଂ ଜଗନ୍ନାଥ ମନ୍ଦିର ପ୍ରଶାସନର ୫୩ ଜଣ ଅଧିକାରୀ କୋଭିଡ ପଜିଟିଭ୍ ରେ ଆକ୍ରାନ୍ତ । ନିକଟରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ସମେତ ଅନେକ ସେବାୟତ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ ।

ଅଧିକରୁ ଅଧିକ ସେବାୟତଙ୍କ ରିପୋର୍ଟ ପଜିଟିଭ୍ ଆସିବା ହେତୁ ମହାପ୍ରଭୁଙ୍କର ବିଭିନ୍ନ ରୀତିନୀତି କରିବା ପାଇଁ ସେବାୟତମାନଙ୍କର ଅଭାବ ଦେଖାଦେଇଛି । “ଅନେକ ସୁଆର, ମହାସୁଆର୍, ଦଇତାପତି ଏବଂ ପୂଜାପଣ୍ଡା ସଂକ୍ରମିତ ହୋଇଛନ୍ତି, ତଥାପି ବି ମନ୍ଦିରର ରୀତିନୀତି ନିୟମିତ ଭାବେ କରାଯାଉଛି । ଯଦି ଜନସାଧାରଣଙ୍କ ପାଇଁ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଏ ତେବେ ପରିସ୍ଥିତି ବିପଦଜ୍ଜନକ ବୋଲି ଜଣେ ସେବାୟତ କହିଛନ୍ତି । ପୁରୀ ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ୯୭୦୪ ଜଣ କରୋନାରେ ଆକ୍ରାନ୍ତ ବୋଲି ସୂଚନା ମିଳିଛି ।

ସେବାୟତମାନଙ୍କ ପାଇଁ ଭେଣ୍ଟିଲେଟର ସହ ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ଏବଂ ଦୁଇଟି ଟିମଙ୍କ ନିଶ୍ଚିତ କରିବେ ଯେ ସଂକ୍ରମିତ ସେବାୟତମାନେ ହୋମ ଆଇସୋଲେସନ ର ଗାଇଡ୍ଲାଇନ ଠିକ ଭାବେ ପାଳନ କରୁଛନ୍ତି । ମନ୍ଦିର ପରିସରରେ ସମସ୍ତ ବ୍ୟକ୍ତିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ସହ କୋଭିଡ -୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଛନ୍ତି ।

ମନ୍ଦିର ଅଧିକାରୀ କହିଛନ୍ତି ଯେ ଚଳିତ ବର୍ଷ ନଭେମ୍ବରରେ ଆୟୋଜିତ ହେବାକୁ ଥିବା ପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଉପରେ କୋଭିଡ -୧୯ ର ପ୍ରଭାବ ରହିବାର ସମ୍ଭାବନା ରହିଛି । କୁହାଯାଏ , ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ୨୬ ବର୍ଷ ବ୍ୟବଧାନରେ ଦେଖାଯାଏ ।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close