ଭୁବନେଶ୍ୱର: ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁଠି ବିମାନ ବନ୍ଦର ନାହିଁ। ରିଡର୍ ଡାଇଜେଷ୍ଟରେ (Reader’s Digest) ପ୍ରକାଶିତ ଖବର ଅନୁଯାୟୀ, ବର୍ତ୍ତମାନ ଦୁନିଆରେ କେବଳ ପାଞ୍ଚଟି ଦେଶ ଅଛି, ଯେଉଁଠାରେ ବିମାନବନ୍ଦର ନାହିଁ ।
Vatican City- ଏହା ଦୁନିଆର ସବୁଠାରୁ ଛୋଟ ଦେଶ ଭାବରେ ଜଣାଶୁଣା । କେବଳ ଶହେ ନଅ ଏକର ଜମିରେ ଅବସ୍ଥିତ ଏହି ଦେଶରେ ଗୋଟିଏ ହେଲେ ବିମାନବନ୍ଦର ନାହିଁ । ଏଠାରେ ପହଞ୍ଚିବା ପାଇଁ ନିକଟତମ ବିମାନବନ୍ଦର ରୋମରେ ଅଛି।
San Marino- ସାନ ମାରିନୋ, ଯାହା ଦୁନିଆର ପଞ୍ଚମ ଛୋଟ ଦେଶରେ ଅନ୍ତର୍ଭୁକ୍ତ, ହେଲେ ଏଠାରେ ମଧ୍ୟ ବିମାନବନ୍ଦର ନାହିଁ।
Monaco- ଏହା ପଶ୍ଚିମ ୟୁରୋପରେ ଅବସ୍ଥିତ ଏକ ଛୋଟ ଦେଶ, ଯାହା ଦୁନିଆର ଦ୍ୱିତୀୟ କ୍ଷୁଦ୍ର ଦେଶ ଭାବରେ ପରିଗଣିତ । ଏହା ଫ୍ରାନ୍ସ ଏବଂ ଇଟାଲୀ ମଧ୍ୟରେ ଅବସ୍ଥିତ । ହେଲେ ଏଠାରେ କୌଣସି ବିମାନ ବନ୍ଦର ନାହିଁ ।
Liechtenstein- ହେଉଛି ଏମିତି ଏକ ଛୋଟ ଦେଶ ଯାହାର ସୀମା ଅଷ୍ଟ୍ରିଆ ଏବଂ ଜର୍ମାନୀ ଭଳି ଦୁଇ ଦେଶ ଦ୍ୱାରା ସୀମାବଦ୍ଧ । କିନ୍ତୁ ଏଠାରେ ବିମାନବନ୍ଦର ନାହିଁ । ଯେଉଁମାନେ ଏଠାକୁ ଆସନ୍ତି ସେମାନେ କାର, ଡଙ୍ଗା କିମ୍ବା ରେଳ ଯୋଗେ ଦେଶ ବୁଲନ୍ତି । ଏଠାରେ ନିକଟତମ ବିମାନ ବନ୍ଦର ସ୍ୱିଜରଲ୍ୟାଣ୍ଡରେ ଅଛି ।
Andorra- ଅଣ୍ଡୋରା ୟୁରୋପର ଷଷ୍ଠ ଛୋଟ ଦେଶରେ ଗଣାଯାଏ । ଏହା ପ୍ରାୟ ୪୬୮ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି। ଏହି ଦେଶର ଜନସଂଖ୍ୟା ପ୍ରାୟ ୮୫ ହଜାର । ଏହି ଦେଶରେ ମଧ୍ୟ କୌଣସି ବିମାନବନ୍ଦର ନାହିଁ ।