୫ ଜିଲ୍ଲା ପାଇଁ ଆଇଏଏସ୍ ଓ ଆଇପିଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ହେବାକୁ ଥିବା ୫ ଟି ଜିଲ୍ଲା ପାଇଁ ଆଇଏଏସ୍ ଓ ଆଇପିଏସ୍‌ଙ୍କୁ ଦାୟିତ୍ୱ ଦେଲେ ରାଜ୍ୟସରକାର |

ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ପାଇଁ ସବୁପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର | ପ୍ରଭାବିତ ଆଶଙ୍କାରେ ଦୁଇ ଦିନ ଅର୍ଥାତ ୨୪ ଓ ୨୫ ତାରିଖ ସକାଳ ୭ ଟା ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି | ପ୍ରଭାବିତ ହେବାକୁ ଥିବା ୫ ଟି ଜିଲ୍ଲାମାନଙ୍କରେ ବାତ୍ୟା ପୂର୍ବର ପ୍ରସ୍ତୁତି ଓ ରିଲିଫ୍ କାର୍ଯ୍ୟର ତଦାରଖ କରିବା ପାଇଁ ୫ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାଇତ୍ୱ ଦିଆଯାଇଛି | ବାଲେଶ୍ୱର ପାଇଁ ବିଶାଲ୍ ଦେବ୍‌, କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ଜଗତ୍‌ସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ପାଇଁ ଭି.ଭି. ୟାଦବ୍ ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ସୁରେଶ ବଶିଷ୍ଠଙ୍କୁ ଦାୟିତ୍ୱ ଦିଆଯାଇଛି |

ସେହିପରି ୫ ଆଇପିଏସ୍ ଅଫିସର ମଧ୍ୟ ସେହି ୫ ଜିଲ୍ଲାର ଦାୟିତ୍ୱ ମଧ୍ୟ ଦିଆଯାଇଛି | ବାଲେଶ୍ୱର ପାଇଁ ଦିପ୍ତେଶ ପଟ୍ଟନାୟକ, କେନ୍ଦ୍ରାପଡା ପାଇଁ ଜୟନାରାୟଣ ପଙ୍କଜ, ଜଗତ୍‌ସିଂହପୁର ପାଇଁ ଅମିତାଭ ଠାକୁର, ଭଦ୍ରକ ପାଇଁ ଅମିତେନ୍ଦ୍ରନାଥ ସିହ୍ନା ଏବଂ ଅନିରୁଦ୍ଧ ସିଂଙ୍କୁ ମୟୁରଭଞ୍ଜର ଦାୟିତ୍ୱ ଦିଆଯାଇଛି | ମହାମାରୀ ଭିତରେ ବାତ୍ୟା ମୁକାବିଲା ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ |