ଭୁବନେଶ୍ୱର: ଯଦି ଆପଣ ଏକ ନୂତନ କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅପେକ୍ଷା କରନ୍ତୁ, କାରଣ ଆସନ୍ତା ମାସରେ ୫ ଟି ନୂତନ କାର ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି। ଏଥିମଧ୍ୟରେ ଗୋଟିଏ ଇଲେକ୍ଟ୍ରିକ କାର ରହିଥିବା ବେଳେ ଚାରୋଟି ଏସୟୁଭି ରହିଛି । ତେବେ ଚାଲନ୍ତୁ ଭାରତରେ ଲଞ୍ଚ ହେବାକୁ ଥିବା କାରଗୁଡିକ ବିଷୟରେ ଜାଣିବା …
New Mahindra Scorpio
ମହିନ୍ଦ୍ରା ଆସନ୍ତା ମାସରେ ସ୍କର୍ପିଓ ଏସୟୁଭିର ଏକ ନୂଆ ମଡେଲ୍ ଲଞ୍ଚ କରିବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ ଏହାର ଅଫିସିଆଲ୍ ତାରିଖ ପ୍ରକାଶ କରାଯାଇ ନାହିଁ।
Maruti Suzuki Vitara Brezza
ମାରୁତି ଆସନ୍ତା ମାସରେ ଭାରତୀୟ ବଜାରରେ ଲୋକପ୍ରିୟ କମ୍ପାକ୍ଟ ଏସୟୁଭି ଭିଟାରା ବ୍ରେଜାର ଅପଡେଟ୍ ମଡେଲ୍ ଲଞ୍ଚ କରିପାରେ । ଯଦିଓ ମାରୁତି ଏନେଇ କୌଣସି ତାରିଖ ଘୋଷଣା କରିନଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ବ୍ରେଜାର ଅପଡେଟ୍ ମଡେଲ୍ ମାର୍କେଟକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି।
Volkswagen Virtus
ଜର୍ମାନ କାର ନିର୍ମାତା Volkswagen ଏହାର ନୂତନ ପ୍ରିମିୟମ ସେଡାନ Virtus ମୂଲ୍ୟ ଜୁନ୍ ୯ ରେ ଘୋଷଣା କରିବ । ଏହା ସେଗମେଣ୍ଟର ସବୁଠାରୁ ଲମ୍ବା କାର ଅଟେ ଯାହାର ଲମ୍ବ ୪,୫୬୧ ମିମି ଏବଂ ୫୨୧ ଲିଟର ସହିତ ଏହି କାରରେ ଆପଣ ସବୁଠାରୁ ବଡ ବୁଟ ପାଇବେ ।
Hyundai Venue
ଆସନ୍ତା ମାସ ଶେଷ ଆଡକୁ କମ୍ପାନୀ ମାର୍କେଟରେ ହୁଣ୍ଡାଇ ଭେନ୍ୟୁର ଅପଡେଟ୍ ମଡେଲ୍ ଲଞ୍ଚ କରିପାରେ । ଭେନ୍ୟୁ ସବ୍-କମ୍ପାକ୍ଟ ଏସୟୁଭି ଅଧିକ ବିକ୍ରି ହେଉଥିବା ମଡେଲ ମଧ୍ୟରୁ ଗୋଟିଏ ।
Hyundai Ioniq 5
ହୁଣ୍ଡାଇ ଭାରତରେ ଇଲେକ୍ଟ୍ରିକ କାର ଲଞ୍ଚ କରିବାକୁ ଯାଉଛି। କମ୍ପାନୀର ୱେବସାଇଟରେ ହୁଣ୍ଡାଇ ଆଇୋନିକ୍ ୫ ତାଲିକାଭୁକ୍ତ କରିଛି । ଏହି କାର ଆସନ୍ତା ମାସରେ ଜୁନରେ ଲଞ୍ଚ ହେବାର ସମ୍ଭାବନା ରହିଛି ।