ଭୁବନେଶ୍ୱର: ଲୋକେ ମଙ୍ଗଳଗ୍ରହରେ ପହଞ୍ଚିଲେଣି ହେଲେ ଆଜି ବି ଆମ ସମାଜରେ ଯୌତୁକ ପ୍ରଥା ଚାଲିଆସୁଛି । ବିରୋଧ ସତ୍ୱେ ଆଜି ମଧ୍ୟ ଖୋଲାଖୋଲି ଭାବେ ଅନେକ ସ୍ଥାନରେ ଯୌତୁକ ନିଆଯାଉଛି ଏବଂ ଦିଆଯାଉଛି। ବାସନକୁସନ ଠାରୁ ଆରମ୍ଭ କରି ଗାଡି ପର୍ଯ୍ୟନ୍ତ । ଅନେକ ଲୋକ ଯୌତୁକରେ ଟଙ୍କା ମଧ୍ୟ ନେଇଥା’ନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଦାବି କରୁଛନ୍ତି ଯେ ଶ୍ୱଶୁରଘର ଲୋକେ ତାଙ୍କୁ ଯୌତୁକରେ ଟ୍ରେନ୍ ଦେଉଥିଲେ।
ଏଭଳି ଏକ ମଜାଳିଆ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା। ଏଥିରେ ଜଣେ ବ୍ୟକ୍ତି କହୁଛନ୍ତି ଯେ ଯୌତୁକରେ ତାଙ୍କୁ ଟ୍ରେନ୍ ଦେଉଥିଲେ। ହେଲେ ସେ ଟ୍ରେନ ନେବାକୁ ମନା କରିଦେଇଥିଲେ,କାରଣ ଟ୍ରେନ୍ କୁ ପାର୍କିଂ କରିବାକୁ ତାଙ୍କ ପାଖରେ ଜାଗା ନଥିଲା ।
ବ୍ୟକ୍ତି ଜଣକ ଭିଡିଓରେ କହୁଛନ୍ତି ଯେ, ଯଦି ତାଙ୍କୁ ଏକ କାର ମିଳିଥାନ୍ତା, ତେବେ ସେ ନେଇଥାନ୍ତେ । ସେ କାର୍, ଟ୍ରକ୍ ଚଲାଇବା ଜାଣନ୍ତି, କିନ୍ତୁ ତାଙ୍କ ଶାଶୁ ତାଙ୍କୁ ଟ୍ରେନ୍ ଦେଉଥିଲେ । କିନ୍ତୁ ସେ ଟ୍ରେନ୍ ଚଳାଇବା ଜାଣିନାହାନ୍ତି କି ଟ୍ରେନକୁ ରଖିବା ପାଇଁ ତାଙ୍କ ପାଖରେ ଏତେ ଜାଗା ମଧ୍ୟ ନାହିଁ । ଏହି କାରଣରୁ ସେ ଟ୍ରେନ୍ ନେବାକୁ ମନା କରିଦେଇଥିଲେ। ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଜଣକ ତାଙ୍କୁ ଆହୁରି ଅନେକ ପ୍ରଶ୍ନ ମଧ୍ୟ ପଚାରୁଛନ୍ତି। ଏଭଳି ମଜାଳିଆ ଭିଡିଓ ଇନଷ୍ଟାଗ୍ରାମର ଘଣ୍ଟା (Ghantaa) ନାମକ ଏକ ପେଜରେ ସେୟାର କରାଯାଇଛି, ଯାହାକୁ ଦେଖିବା ପରେ ଲୋକେ ମଧ୍ୟ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।