ଷ୍ଟାଣ୍ଡାର୍ଡ-୬ରେ ପଢ଼ୁଥିବା ଛାତ୍ର କରିଦେଖାଇଲେ ଏକ ମହତ କାମ

ଭୁବନେଶ୍ୱର : ଛୋଟ ହେଲି ବି ହୃଦୟ ବଡ | ଅବୁଝା ବୟସରେ କରୋନା ଭଳି ମହାମାରୀକୁ ସେ ବୁଝିପାରିଛି | ନିଜର ସଂଚିତ ଅର୍ଥରାଶିକୁ ସାହାଯ୍ୟ ପାଇଁ ବଢ଼େଇଦେଇଛି ପୋଲିସ କମିଶନରଙ୍କୁ | ଷ୍ଟାଣ୍ଡାର୍ଡ-୬ ରେ ପଢ଼ୁଥିବା ଛାତ୍ର ଇଶାନ ନାୟକ ଏହି ମହତ କାମ କରିବାକୁ ଆଗେଇ ଆସିଛି | ଛାତ୍ର ହାତରୁ ୪୩ ହଜାର ଟଙ୍କା ନେଇ ବାକି ସମସ୍ତ ଟଙ୍କା ଫେରାଇ ଦେଇଛନ୍ତି ପୋଲିସ କମିଶନର । ଆଉ କହିଛନ୍ତି, ଏହି ଟଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାଯିବ | ସେହି ଜିନିଷସବୁ ଇଶାନ ହାତରେ ପୁଲିସ କର୍ମଚାରୀଙ୍କୁ ବଂଟାଯିବ । ଇଶାନ ଖୁସିରେ ଆତ୍ମହରା ହେଇ ‘ଓକେ ସାର’ କହିଲା ବେଳେ ଅଟକାଇଥିଲେ କମିସନର | ”ସାର ନୁହେଁ ଅଙ୍କଲ” ଡାକିବାକୁ କହିଲେ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ |

ସାଇ ଇଂଟରନ୍ୟାସନାଲ ସ୍କୁଲର ଷ୍ଟାଣ୍ଡାର୍ଡ-୬ରେ ପଢ଼ୁଥିବା ଛାତ୍ର ଇଶାନର ଏହି ମହାନ କାର୍ଯ୍ୟ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି |