ଭୁବନେଶ୍ୱର: ନିକଟରେ ଅମୀର ଖାନ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନେ ତାଙ୍କୁ ବହୁତ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ଆଜି ବି ସେ ଏପରି ଏକ ଜିନିଷ ପାଇଁ ଖୁବ ଦୁଃଖିତ । ଯାହାକୁ ସେ ଏକ ସାକ୍ଷାତକାରରେ ଖୋଲାଖୋଲି ଭାବରେ କହିଥିଲେ।
ଏକ ସାକ୍ଷାତକାର ଦେଇ ଅମୀର କହିଥିଲେ ଯେ, କାମ ହେତୁ ସେ ତାଙ୍କ ପରିବାରକୁ ହାଲୁକା ଭାବେ ନେଇଥିଲେ। ପରିବାର ପ୍ରତି ଥିବା ମୋର ଦାୟିତ୍ୱକୁ ଠିକ ଭାବରେ ପୂରଣ କରିପାରି ନାହିଁ। ୧୮ ବର୍ଷ ବୟସରୁ, ଯେତେବେଳେ ମୁଁ ଚଳଚ୍ଚିତ୍ର ଜଗତକୁ ଆସିଲି, ସେତେବେଳେ ମୁଁ କିଛି କରିବାକୁ ଚାହୁଁଥିଲି। କିନ୍ତୁ ଆଜି ମୁଁ ଅନୁଭବ କରୁଛି ଯେ ମୋର ସେହି ଲୋକମାନଙ୍କ ପାଇଁ ସମୟ ଦେଇ ପାରିଲି ନାହିଁ,ଯେଉଁମାନଙ୍କୁ ମୋର ଆବଶ୍ୟକତା ଥିଲା ।
ଆଗାମୀ ଦିନରେ ସୁପରଷ୍ଟାର ଅମୀର ଫିଲ୍ମ ‘ଲାଲ ସିଂହ ଚଡ୍ଡା’ରେ ନଜର ଆସିବେ, ଯେଉଁଥିରେ କରୀନା କପୁର ଖାନ, ମୋନା ସିଂହ ଏବଂ ନାଗା ଚୈତନ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ର ୧୪ ଏପ୍ରିଲ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।