ଭୁବନେଶ୍ୱର: ତାମିଲ ଅଭିନେତ୍ରୀ ରାଇଜା ୱିଲସନ (Raiza Wilson) କିଛି ଦିନ ପୂର୍ବରୁ ନିଜର ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ତାଙ୍କ ମୁହଁ ଫୁଲି ଯାଇଥିଲା । ଏହି ଫଟୋ ପୋଷ୍ଟ କରିବା ପରେ ରାଇଜା କହିଛନ୍ତି ଯେ ତାଙ୍କର ଏଭଳି ଅବସ୍ଥା ଜଣେ ଡାକ୍ତରଙ୍କ ଦ୍ୱାରା କରାଯାଇଛି। ବର୍ତ୍ତମାନ ଉକ୍ତ ଡାକ୍ତରଙ୍କଠାରୁ କ୍ଷତିପୂରଣ ହିସାବରେ ଅଭିନେତ୍ରୀ ୧ କୋଟି ଟଙ୍କା ଦାବି କରିଛନ୍ତି।
View this post on Instagram
ସୋସିଆଲ ମିଡିଆରେ ଚିଠି
ରାଇଜା ୱିଲସନ (Raiza Wilson) କହିଛନ୍ତି ଯେ ଭୁଲ ଚିକିତ୍ସା ହେତୁ ତାଙ୍କ ଚେହେରା ଖରାପ ହୋଇଯାଇଛି ଏବଂ ସେ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଛନ୍ତି। ରାଇଜା ଡାକ୍ତରଙ୍କଠାରୁ ଏକ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ଏହି ଅଭିନେତ୍ରୀ ଏପ୍ରିଲ ୨୪ ରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଚିଠି ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଡାକ୍ତରଙ୍କଠାରୁ କ୍ଷତିପୂରଣ ମାଗିଛନ୍ତି। ରାଇଜାଙ୍କ ପଦକ୍ଷେପକୁ ଖୁବ ପ୍ରଶଂସା କରାଯାଉଛି । ତାଙ୍କ ପ୍ରଶଂସକମାନେ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି।