ରିୟା ପରେ ଜିଆ ଖାନଙ୍କ ସହ ନଜର ଆସିଲେ ମହେଶ ଭଟ୍ଟ, ପ୍ରଶଂସକଙ୍କୁ ବିଚଳିତ କଲା ଭିଡିଓ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଲୋକମାନେ ବଲିଉଡର କିଛି ଚେହେରାକୁ ଟାର୍ଗେଟ କରୁଛନ୍ତି। ଷ୍ଟାର କିଡ୍ସ ସମେତ ସଲମାନ ଖାନ, କରଣ ଜୋହର, ମହେଶ ଭଟ୍ଟଙ୍କୁ ଅନେକ ସମାଲୋଚନା କରାଯାଉଛି ।

https://www.instagram.com/p/CEHRFylFnrY/?utm_source=ig_web_copy_link

ସୁଶାନ୍ତଙ୍କ ପୂର୍ବରୁ ସ୍ୱର୍ଗତ ଚଳଚ୍ଚିତ୍ର ଅଭିନେତ୍ରୀ ଜିଆ ଖାନ ମଧ୍ୟ ଆତ୍ମହତ୍ୟା କରିଥିଲେ ଏବଂ ଏହାକୁ ରହସ୍ୟ ମୃତ୍ୟୁ ମଧ୍ୟ କୁହାଯାଉଥିଲା । ଜିଆ ଖାନ ଆତ୍ମହତ୍ୟା ମାମଲାରେ ମହେଶ ଭଟ୍ଟଙ୍କ ନାମକୁ ନେଇ ମଧ୍ୟ ସେତେବେଳେ ଖୁବ ଚର୍ଚ୍ଚା ହେଉଥିଲା ।

https://www.instagram.com/p/CETSHA0Fhou/

ଏହି ସମୟରେ ଜିଆ ଖାନଙ୍କ ସହ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ମହେଶ ଭଟ୍ଟ ଜିଆଙ୍କ ଅତି ନିକଟରୁ ନଜର ଆସିଛନ୍ତି ଏବଂ ଅଭିନେତ୍ରୀଙ୍କ ହାତ ଧରିଛନ୍ତି ।

https://www.instagram.com/p/CD0qk0YA3ob/

ଏହି ଭିଡିଓଟି ୨୦୦୪ ବର୍ଷର ବୋଲି କୁହାଯାଉଛି, ଯେତେବେଳେ ଅଭିନେତ୍ରୀଙ୍କୁ ୧୬ ବର୍ଷ ହୋଇଥିଲା । ଜିଆ ୨୦୦୭ ରେ ଅମିତାଭ ବଚ୍ଚନଙ୍କ ଅଭିନୀତ ରାମ ଗୋପାଳ ଭର୍ମାଙ୍କ ‘ନିଶବ୍ଦ ‘ରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ୩ ଜୁନ୍ ୨୦୧୩ ରେ ଜିଆ ଖାନ ସନ୍ଦେହଜନକ ପରିସ୍ଥିତିରେ ମୃତଦେହ ପାଇଥିଲେ ପରିବାର ଲୋକେ । ଏନେଇ ଅଭିନେତା ସୁରଜ ପାଞ୍ଚୋଲିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ।

https://www.instagram.com/p/CEETDGMl_8t/