ଭୁବନେଶ୍ୱର: ଜର୍ମାନୀରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ-ଚକିତ କରିପାରେ। ଲେମୁନିଜ୍ ଏୟାରଫିଲ୍ଡରେ ଦୁଇଟି ବିମାନ ଆକାଶରେ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାକି କ୍ୟାମେରାରେ ରେକର୍ଡ ହୋଇଛି।
ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଦୁଇଟି ବିମାନ ଆକାଶରେ ଆକ୍ରୋବାଟିକ୍ସ ଦେଖାଉଥିଲେ । ତା’ପରେ ଦୁହେଁ ମୁହାଁମୁହିଁ ହୋଇଥିଲେ। କେବଳ ଏତିକି ନୁହେଁ, ଧକ୍କା ହେବା ପରେ ଉଭୟ ବିମାନ ପରସ୍ପର ମଧ୍ୟରେ ଛନ୍ଦି ହୋଇ ଯାଇଥିଲେ। ଫଳରେ ଦୁଇଟି ବିମାନ ଦ୍ରୁତ ଗତିରେ ତଳ ଆଡ଼କୁ ଖସିବାକୁ ଲାଗିଥିଲେ। ତଳେ ପଡ଼ିବା ମାତ୍ରେ ବିମାନଟିରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଦୁଇଟି ପାଇଲଟ ମୃତ୍ୟୁବରଣ କରିଥିବା ଜଣାପଡିଛି ।
@MDRAktuell das Kunstflugunglück heute in Gera ca. 18.30 Uhr.? pic.twitter.com/D4pM8grGCu
— Die Hoffnung stirbt zuletzt (@green_grap) September 24, 2022
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଉଭୟ ପାଇଲଟ୍ “ମିରର ଫ୍ଲାଇଟ” ପାଇଁ ତାଲିମ ନେଉଥିଲେ। ଏପରି ସମୟରେ ବିମାନଗୁଡ଼ିକ ଆକାଶରେ ପରସ୍ପର ସହିତ ସମାନ୍ତରାଳ ଭାବେ ଉଡିଥାନ୍ତି । ଉଭୟ ପାଇଲଟ୍ ୨୦୧୯ ରେ ଭିଣ୍ଟେଜ୍ ଏରୋବ୍ୟାଟିକ୍ସରେ ବିଶ୍ୱ ଚାମ୍ପିଅନସିପ୍ ଟାଇଟଲ୍ ଜିତିଥିଲେ । ଲାଗୁଛି ଯେ ଦୁଇଟି ମେସିନ୍ ଅଟକି ଯାଇଥିଲା ଏବଂ ପରେ ଏକାଠି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।