PUBG ବ୍ୟାନ ପରେ ଅଭିନେତା ଅକ୍ଷୟ କୁମାର ନେଇ ଆସୁଛନ୍ତି ମେଡ଼ ଇନ ଇଣ୍ଡିଆ ଗେମ , ଜାଣନ୍ତୁ ଖାସ କଣ ?

ନୂଆଦିଲ୍ଲୀ: ଲୋକପ୍ରିୟ ଗେମିଂ ଆପ୍ PUBG ସମେତ ଚାଇନାର କମ୍ପାନୀଗୁଡିକ ସହିତ ଜଡିତ ୧୧୮ ଟି ମୋବାଇଲ୍ ଆପ୍ ଉପରେ ସରକାର ନିଷିଦ୍ଧ କରିଥିଲେ । ସୁରକ୍ଷା କାରଣ ଦର୍ଶାଇ କେନ୍ଦ୍ର ସରକାର ୨ ସେପ୍ଟେମ୍ବରରେ ଏସବୁ ଚାଇନିଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

https://www.instagram.com/p/CEtizCvnY-d/

ନିଷିଦ୍ଧ ହୋଇଥିବା ମୋବାଇଲ୍ ଆପ୍ ମଧ୍ୟରେ ଲୋକପ୍ରିୟ ଯୁଦ୍ଧ ଖେଳ PUBG ଏବଂ ଲୁଡୋ କିଙ୍ଗ ରହିଛି । ଖୁବ୍ ଶୀଘ୍ର ଏହି ଆପ୍ ଦେଶର ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର୍‌ରୁ ଅପସାରିତ ହେବ । ଏହାରି ମଧ୍ୟରେ ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ପ୍ରୋତ୍ସାହିତ କରି ମେଡ୍ ଇନ୍ ଇଣ୍ଡିଆ ମଲ୍ଟିପ୍ଲେୟାର ଆକ୍ସନ୍ ଗେମ୍ ଘୋଷଣା କରିଛନ୍ତି । ଭାରତୀୟ ସେନାର ଯବାନମାନେ ମଧ୍ୟ ଏହାର ଲାଭ ପାଇବେ ।

ସୋସିଆଲ ମିଡିଆରେ ଖେଳ ‘ଫୌଜ’ ଘୋଷଣା କରିବା ବେଳେ ଅକ୍ଷୟ କୁମାର ଲେଖିଛନ୍ତି- ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭରଶୀଳ ଅଭିଯାନକୁ ସମର୍ଥନ କରି ମୁଁ ଏକ ମଲ୍ଟିପ୍ଲେୟାର ଆକ୍ସନ୍ ଗେମ୍ ଘୋଷଣା କରି ନିଜକୁ ଗର୍ବିତ ଅନୁଭବ କରୁଛି । ଫେୟାରଲେସ୍ ଏବଂ ୟୁନାଇଟେଡ୍-ଗାର୍ଡସ୍ ଆର୍ମି (FAU.G) । ମନୋରଞ୍ଜନ ସହିତ ଖେଳାଳିମାନେ ଯବାନମାନଙ୍କ ବଳିଦାନ ବିଷୟରେ ମଧ୍ୟ ଜାଣିବେ ବୋଲି ଅକ୍ଷୟ କହିଛନ୍ତି ।