ଭୁବନେଶ୍ୱର: ଡାକ୍ତର ଭଗବାନଙ୍କ ଅନ୍ୟ ଏକ ରୂପ । ରୋଗର ଚିକିତ୍ସା କରି ରୋଗୀମାନଙ୍କୁ ନୂତନ ଜୀବନ ଦେଇଥାନ୍ତି ଡାକ୍ତର। ଅଧିକାଂଶ ଡାକ୍ତର, ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ରୋଗୀଙ୍କୁ ଚିକିତ୍ସା କରିଥାନ୍ତି। ତେବେ ଜୁଲାଇ ୧ କୁ ଡାକ୍ତର ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ, ଆମେ ଆପଣଙ୍କୁ ଏଭଳି ଏକ ପରିବାର ସହିତ ପରିଚିତ କରିବାକୁ ଯାଉଛୁ ଯାହାର ପ୍ରତ୍ୟେକ ସଦସ୍ୟ ଗତ ୧୦୦ ବର୍ଷ ଧରି ଡାକ୍ତର ହୋଇ ଲୋକମାନଙ୍କୁ ସେବା କରି ଆସୁଛନ୍ତି।
ଦିଲ୍ଲୀର ସାବରୱାଲ ପରିବାର । ୧୯୨୦ ରୁ ଏହି ପରିବାର ୧୫୦ ରୁ ଅଧିକ ଡାକ୍ତର ଦେଇଛନ୍ତି। ପରିବାରର ସମସ୍ତ ସଦସ୍ୟ ଏହି ବୃତ୍ତିକୁ ଏକ ମିଶନ ଭାବରେ ଦେଖନ୍ତି। ପରିବାରର ପ୍ରଥମ ଡାକ୍ତର ଥିଲେ ସ୍ୱର୍ଗତ ପିତା ଲାଲା ଜୀୱନମଲ । ସେ ପାକିସ୍ତାନର ଜାଲଲପୁର ସହରରେ ଡାକ୍ତରଖାନା ଆରମ୍ଭ କରିଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଲାଲା ଜୀୱନମଲ ତାଙ୍କର ଚାରି ପୁଅଙ୍କୁ ଡାକ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ୱାଧୀନତା ପରେ ସେ ପରିବାର ଧରି ଦିଲ୍ଲୀ ଚାଲିଆସିଥିଲେ, କିନ୍ତୁ ଏହା ପରେ ମଧ୍ୟ ଡାକ୍ତରଙ୍କ ପରମ୍ପରା ଜାରି ରହିଥିଲା।
ଏହି ପରିବାରର ବୋହୂ ଡାକ୍ତର ଗ୍ଲୋସି ସାବରୱାଲ କହିଛନ୍ତି ଯ, ଏହି ପରମ୍ପରା ଗତ ୧୦୨ ବର୍ଷ ଧରି ଚାଲିଆସୁଛି। ସେମାନେ ଦିଲ୍ଲୀର ଜୀୱନମଲ ହସ୍ପିଟାଲ ଚଳାନ୍ତି। ଏଠାରେ ରୋଗୀମାନେ ଟଙ୍କା ନଥିଲେ ମଧ୍ୟ ଚିକିତ୍ସିତ ହୁଅନ୍ତି। ତାଙ୍କ ପରିବାରର ଦୁଇଜଣ ଡାକ୍ତର ଗତ ବର୍ଷ କରୋନା ଭାଇରସ ଯୋଗୁଁ ମୃତ୍ୟୁବରଣ କରିଥିଲେ। ହେଲେ ଲୋକଙ୍କ ସେବା କରିବାରେ କେବେ ହେଲା କରିନାହାନ୍ତି ।