ରିଲିଜ ହେଲା ମିର୍ଜାପୁର 2 ର ପୋଷ୍ଟର

ନୂଆଦିଲ୍ଲୀ: ଆମାଜନ ପ୍ରାଇମ ଭିଡିଓର ୱେବ ସିରିଜ ମିର୍ଜାପୁର-2 ଅକ୍ଟୋବର ୨ ରେ ରିଲିଜ ହେବାକୁ ଯାଉଛି । ରିଲିଜ୍ ତାରିଖ ଘୋଷଣା ହେବା ଠାରୁ ଗୁଜବ ପ୍ରକ୍ରିୟା ଆରମ୍ଭ ହେଇଗଲାଣି । ଟିଜରରେ ରିଲିଜ୍ ତାରିଖ ପ୍ରଥମେ ଦିଆଯାଇଥିଲା । ଏହାକୁ ଦେଖି ଦର୍ଶକ ଉନ୍ମାଦିତ ହେବା ସହ ଏବଂ ଟିଜରଟି ବ୍ୟବସାୟିକ ସଫଳତାର ଶୀର୍ଷରେ ଥିଲା । ଏହା ପରେ ପରେ ଏବେ ଏକ ନୂଆ ପୋଷ୍ଟର ରିଲିଜ୍ ହୋଇଛି ।

https://www.instagram.com/p/CFoUXyMgVHq/

ଆମାଜନ ପ୍ରାଇମ ଭିଡିଓ ରେ ମୁକ୍ତିଲାଭ କରିଥିବା ନୂତନ ପୋଷ୍ଟରରେ କିଙ୍ଗ ଅଫ ମିର୍ଜାପୁର ଲେଖାଥିବା ଏକ ଗାଡି ପ୍ରଦର୍ଶିତ ହୋଇଥିଲା । ବାସ୍ତବରେ, ପୋଷ୍ଟରରେ ଏକ ଜିପ୍ ଦେଖାଯାଇଛି ।

https://www.instagram.com/p/CFm1GklBUpt/

ଯେଉଁଥିରେ କାଲିନ ଭାଇଙ୍କ ପରିଚୟ ଦେଖାଉଥିବା ଏକ ନମ୍ବର ପ୍ଲେଟ ଦେଖା ଯାଉଛି । ଜିପ୍ ସାମ୍ନାରେ ଏକ ମୃତକଙ୍କ ହାତ ସହ ବନ୍ଧୁକ ପଡିଛି । ଏହି ପୋଷ୍ଟର ସେୟାର କରି ଅଲି ଫଜଲ ଲେଖିଛନ୍ତି – ସମସ୍ତଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ !

https://www.instagram.com/p/CFkPv_-h29v/

ଆମାଜନ ପ୍ରାଇମ ଭିଡିଓର ଫ୍ଲାଗସିପ୍ ୱେବ୍ ସିରିଜର କାହାଣୀ ”କିଙ୍ଗ ଅଫ ମିର୍ଜାପୁର” ରେ ନାମିତ ହେଇଛି । ଦୁର୍ଦ୍ଦାନ୍ତ ଗୁଣ୍ଡା କାଳୀନ ଭାଇର ବେ-ଆଇନ ବନ୍ଧୁକ ବ୍ୟବସାୟ ରହିଛି । ସବୁ ମିର୍ଜାପୁରବାସୀ କାଳୀନ ଭାଇକୁ ଭୟ କରନ୍ତି ।

https://www.instagram.com/p/CFchv5phk8W/

ସେଥିପାଇଁ ଲୋକମାନେ ତାଙ୍କୁ ମିର୍ଜାପୁରର ରାଜା ବୋଲି ଡାକନ୍ତି । ଏହି ସମୟରେ କାଳୀନ ଭାଇଙ୍କ ପୁଅ ମୁନ୍ନା ତ୍ରିପାଠୀ ଏହି ଜିପ ଉପରେ ନଜର ରଖିଛନ୍ତି । ଆଉ ଜଣେ ଏହି ଜିପ କୁ ଅକ୍ତିଆର କରିବାକୁ ଚାହୁଁଛନ୍ତି , ସେ ହେଲେ ଗୁଡ୍ଡୁ ପଣ୍ଡିତ, ଯାହାର ପତ୍ନୀ ଏବଂ ଭାଇ କୁ ମୁନ୍ନା ତ୍ରିପାଠୀ ହତ୍ୟା କରିଛନ୍ତି ।

https://www.instagram.com/p/CFb3rlqhwB9/

ମିର୍ଜାପୁର- 2 ପୂର୍ବରୁ ଆମାଜନ ପ୍ରାଇମଙ୍କ ବଡ ଉପହାର ଘୋଷଣା କରାଯାଇଛି । ଯଦି ଆପଣ ଏପର୍ଯ୍ୟନ୍ତ ପ୍ରଥମ ସିଜିନ ଦେଖି ନାହାଁନ୍ତି, ତେବେ ଏକ ଭଲ ସୁଯୋଗ ଅଛି । ସମସ୍ତ ଦର୍ଶକ ମିର୍ଜାପୁର ସିଜିନ୍ ୧ ମାଗଣାରେ ଦେଖିପାରିବେ । ବିନା ସବସ୍କ୍ରିପସନ୍ ଆପଣ ଦେଖିପାରିବେ ।

https://www.instagram.com/p/CEuRirMhkzz/

ପ୍ରଥମ ସିଜନରେ ପଙ୍କଜ ତ୍ରିପାଠୀ, ଦିବ୍ୟନ୍ଦୁ ଶର୍ମା, ଅଲି ଫଜଲ, ଅମିତ ସିଆଲ, ଶ୍ରୀୟା ପିଲଗାଓଁକର, ବିକ୍ରାନ୍ତ ମେସି, ରଶିକା ଡଗଲ, ରାଜେଶ ତେଇଲାଙ୍ଗ, ଶିବା ଖଡ୍ଡା ଏବଂ ଶ୍ୱେତା ତ୍ରିପାଠୀଙ୍କ ଦମଦାର ଅଭିନୟକୁ ଦର୍ଶକ ବହୁତ ପ୍ରଶଂସା କରିଥିଲେ । ଏବେ ଦ୍ୱିତୀୟ ସିଜନରେ କଣ ନୂଆ ମୋଡ଼ ରହିଛି ତାହା ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି । ଏହା ବ୍ୟତୀତ ପ୍ରଶଂସକମାନେ ଟ୍ରେଲରକୁ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।