ସମୁଦ୍ରରେ ୧୮ ହଜାର କିଲୋଗ୍ରାମର ବୋମା ବିସ୍ଫୋରଣ କଲା ଆମେରିକା, ଥରିଲା ସମୁଦ୍ର ..ଭିଡିଓ ଭାଇରାଲ

ଭୁବନେଶ୍ୱର : ଆମେରିକାର ନୌସେନା ସମୁଦ୍ର ଭିତରେ ଏକ ଭୟଙ୍କର ବୋମା ବିସ୍ଫୋରଣ କରିଛି। ସମୁଦ୍ର ତଳେ କରାଯାଇଥିବା ଏହି ଭୟଙ୍କର ବୋମା ବିସ୍ଫୋରଣର ଏକ ଭିଡିଓ ଆମେରିକା ଜାରି କରିଛି। ପ୍ରାୟ ୧୮ ହଜାର କିଲୋଗ୍ରାମର ଏହି ‘ମହାବମ୍’ ସମୁଦ୍ର ମଝିରେ ପକାଇ ଦିଆଯାଇଥିଲା ଯାହା ଦ୍ୱାରା ଜଳ ତଳେ ଭୂକମ୍ପ ହୋଇଥିଲା ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମେରିକାର ନୌସେନା ଏହି ବୋମା ବିସ୍ଫୋରଣ କରିଥିଲା ​​। ଏହି ପରୀକ୍ଷଣରୁ ଜଣାପଡିଛି ଯେ ଯଦି କେବେ ବୋମା ଆକ୍ରମଣ ହୁଏ, ତେବେ ଏହି ବିମାନ ପରିବହନକାରୀ ଜାହାଜ ଏହାକୁ ସହ୍ୟ କରିପାରିବ କି ନାହିଁ । ଯୁଦ୍ଧ ସମୟରେ ଏହା କେତେ ପ୍ରଭାବଶାଳୀ ହେବ ? USGS ସମୁଦ୍ରରେ ହୋଇଥିବା ଏହି ଭୂକମ୍ପର ରେକର୍ଡ କରିଥିଲା । ଏହି ବଡ ବିସ୍ଫୋରଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।