Odia

ମୋତେ ଦୁଷ୍କର୍ମ କରାଯାଇଥାନ୍ତା, ବିହାର ନିର୍ବାଚନ ପ୍ରଚାରରୁ ଫେରିବା ପରେ ଏମିତି କହିଲେ ଅମିଶା ପଟେଲ ।

ମୁମ୍ବାଇ: ଅଭିନେତ୍ରୀ ଅମିଶା ପଟେଲ  ବିହାର ବିଧାନ ସଭା ନିର୍ବାଚନ  ପାଇଁ ପ୍ରଚାର କରିବାକୁ ଯାଇଥିଲେ । ସେ ଏଲଜେପି ପ୍ରାର୍ଥୀ ଡକ୍ଟର ପ୍ରକାଶ ଚନ୍ଦ୍ରଙ୍କ ଉପରେ ତାଙ୍କୁ ଧମକ ଦେଇଥିବା ଓ ତାଙ୍କ ସହ ପ୍ରଚାର ସମୟରେ ଖୁବ୍‌ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ।

ଅମିଶା ପଟେଲ୍‌ କ୍ୟାମେରା ସାମନାରେ କିଛି କହିନାହାନ୍ତି, ହେଲେ ଏବିପି ନ୍ୟୁଜର ଏକ ରିପୋର୍ଟ ଅନୁସାରେ ସେ ମେସେଜ୍‌ ଜରିଆରେ ତାଙ୍କ ସହ ହୋଇଥିବା ସମଗ୍ର ଖରାପ ଅନୁଭୁତି ବିଷୟରେ କହିଛନ୍ତି । ସେ ଏଲଜେପି ପ୍ରାର୍ଥୀ ଡକ୍ଟର ପ୍ରକାଶ ଚନ୍ଦ୍ରଙ୍କ ଅତିଥି ଭାବେ ତାଙ୍କ ପାଇଁ ଓ ତାଙ୍କ ଦଳ ପାଇଁ ପ୍ରଚାର କରିବାକୁ ବିହାର ଯାଇଥିଲେ । ହେଲେ ସେଠି ତାଙ୍କ ସହ ରେପ୍‌ ହୋଇଯାଇଥା’ନ୍ତା ବୋଲି କହିଛନ୍ତି ଅମିଶା ।

‘‘ମୁଁ କେବଳ ଏତିକି କରିପାରିବି ଯେ ମୁଁ ଅତିଥି ଭାବରେ ଡକ୍ଟର ପ୍ରକାଶ ଚନ୍ଦ୍ରଙ୍କ ନିକଟକୁ ଯାଇଥିଲି। ସେ ଜଣେ ବିପଜ୍ଜନକ ବ୍ୟକ୍ତି। ସେ ମୋତେ ବ୍ଲାକମେଲ କରି ଧମକ ଦେଉଥିଲେ । ମୋ’ ଟିମ୍‌ ସହ ଖରାପ ବ୍ୟବହାର କରାଯାଇଥିଲା । ମୁଁ ମୁମ୍ବାଇରେ ପହଞ୍ଚିବା ପରେ ବି ସେମାନେ ମୋତେ ଧମକପୂର୍ଣ୍ଣ କଲ୍‌ ଓ ମେସେଜ୍‌ ପଠାଇ କହିଥିଲେ ଯେ ମୁଁ ତାଙ୍କ ବିଷୟରେ ମିଡ଼ିଆକୁ ସମ୍ମାନଜନକ କଥା କହିବା ଉଚିତ । କାରଣ ମୁଁ ୨୬ ଅକ୍ଟୋବରରେ ତାଙ୍କ ସହ ମୋ’ ଭୟଙ୍କର ଅନୁଭୂତି ବିଷୟରେ ସଚ୍ଚୋଟ ଭାବେ କହିଥିଲି,’’ ଏବିବି ନ୍ୟୁଜକୁ ଅମିଶା ପଟେଲ୍‌ କହିଛନ୍ତି ।

ପ୍ରସିଦ୍ଧ ଅଭିନେତ୍ରୀ ଆହୁରି କହିଛନ୍ତି ଯେ ଯଦିଓ ବିହାରରୁ ମୁମ୍ବାଇ ପାଇଁ ତାଙ୍କର ଫ୍ଲାଇଟ୍‌ ଧରିବାର ଥିଲା ପ୍ରକାଶ ଚନ୍ଦ୍ର ତାଙ୍କୁ ତିନି ଘଣ୍ଟା ଅଧିକ ସମୟ ତାଙ୍କ ସହ କ୍ୟାମ୍ପେନ୍‌ କରିବାକୁ ବାଧ୍ୟ କରିଥିଲେ ଓ ଧମକ ଦେଇଥିଲେ । ‘‘ସେହି ଦିନ ସନ୍ଧ୍ୟାରେ ମୋତେ ଏକ ବିମାନ ଧରିବାକୁ ଥିଲା, କିନ୍ତୁ ସେମାନେ ମୋତେ ତାହା କରିବାକୁ ଦେଲେ ନାହିଁ । ସେମାନେ ମୋତେ ସେହି ଗାଁରେ ରଖି ଧମକ ଦେଇଥିଲେ ଯେ ଯଦି ମୁଁ ତାଙ୍କ କଥାରେ ରାଜି ନ ହୁଏ ଓ ତାଙ୍କ ସହ ପ୍ରଚାରକୁ ନ ଯାଏ ତେବେ ସେମାନେ ମୋତେ ସେଇଠି ଛାଡ଼ି ଚାଲିଯିବେ,’’ କହିଛନ୍ତି ଅମିଶା ।

ମୁମ୍ବାଇ ଫେରିବା ପରେ ପ୍ରକାଶ ଚନ୍ଦ୍ରଙ୍କ ତରଫରୁ ଅମିଷା ପଟେଲଙ୍କ ନିକଟକୁ ବ୍ଲାକମେଲ୍‌ ଉଦ୍ଦେଶ୍ୟରେ ଫୋଲ୍‌ ଆସିଥିବଲା ବୋଲି ସେ କହିଛନ୍ତି । ‘‘ସେ ମୋତେ କହିଥିଲେ ତୁମ ଆକାଉଣ୍ଟରେ ଟଙ୍କା ନିଅ ଓ ମୋ’ ବିଷୟରେ ଭଲ ଭଲ କଥା କୁହ । ଏମିତି ସେ ମୋତେ ବ୍ଲାକମେଲ କରିଥିଲେ । ମୋତେ କେବଳ ହଁ କହିବାକୁ ପଡ଼ିଥିଲା ଓ ଫୋନ୍ ରଖିବାକୁ ପଡ଼ିଥିଲା କାରଣ ସେମାନେ ମୋ’ର ସବୁ କର୍ମଚାରୀମାନଙ୍କୁ ଫୋନ୍‌ କରି ମୋ’ ସହ କଥା ହେବାକୁ ଅନୁରୋଧ କରିଥିଲେ ଓ ଧମକ ଦେଉଥିଲେ,’’ କହିଛନ୍ତି ଅମିଶା ।

‘‘ସେମାନେ ମୋତେ ଧମକ ଦେଇଥିଲେ ଯେ ଯଦି ମୁଁ ତାଙ୍କ କଥା ନ ଶୁଣେ ତେବେ ମୋତେ ପାଟନା ଠାରୁ ତିନି ଘଣ୍ଟା ଦୂରରେ ଥିବା ଗାଁରେ ଛାଡ଼ି ଚାଲିଯିବେ । ମୋ’ ପାଖରେ କୌଣସି ବିକଳ୍ପ ନ ଥିଲା । ମୁଁ ବିହାରରେ ଥିବା ବେଳେ ଚୁପ୍ ରହିଲି । କିନ୍ତୁ ମୁମ୍ବାଇରେ ପହଞ୍ଚିବା ପରେ ମୋତେ ସାରା ବିଶ୍ୱକୁ ସତ କହିବାର ଥିଲା । ମୋ’ର ବଳାତ୍କାର ହୋଇଯାଇଥାନ୍ତା, ମୋତେ ହତ୍ୟା କରାଯାଇପାରିଥା’ନ୍ତା । ସେମାନେ ମୋତେ କୌଣସି ସୁରକ୍ଷା ଯୋଗାଇ ଦେଇ ନ ଥିଲେ । ସେଠି ପାଗଳାମି ଥିଲା । ମୋ’ କାରକୁ ସବୁ ସମୟରେ ତାଙ୍କ ଲୋକେ ଘେରି ରହୁଥିଲେ… ସେମାନେ ମୋତେ ଫସେଇଥିଲେ ଓ ମୋ’ ଜୀବନକୁ ବିପଦରେ ପକାଇଥିଲେ,’’ କହିଛନ୍ତି ଅମିଶା ।

ଅମିଶାଙ୍କ ଏହି ଅଭିଯୋଗ ଉପରେ ଚନ୍ଦ୍ର ପ୍ରକାଶ କହିଛନ୍ତି ଯେ ଅମିଶା ଅନ୍ୟ ଜଣେ ପ୍ରାର୍ଥୀଙ୍କ ଠାରୁ ଟଙ୍କା ନେଇ ତାଙ୍କ ପାଇଁ ପ୍ରଚାର କରୁଥିଲେ । ଅଭିନେତ୍ରୀ କହିଛନ୍ତି ଯେ ଚନ୍ଦ୍ର ପ୍ରକାଶ ଏହି ଆରୋପର ପ୍ରମାଣ ଦେଖାଇବା ଉଚିତ କାରଣ ଦୋଷୀ ବ୍ୟକ୍ତି ତ ନିଜ ସୁରକ୍ଷା ପାଇଁ କିଛି ବି କହିବେ ।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close